thumbnail

ଅସମ୍ଭାଳ ତାତିରେ ଅସ୍ତବ୍ୟସ୍ତ ଜୀବନ, ଆମ୍ବସର ଓ ଲସିର ବଢୁଛି ଡିମାଣ୍ଡ

By

Published : May 31, 2023, 8:28 PM IST

ଝାରସୁଗୁଡା: ଖରାର ଦାଉରେ ହନ୍ତସନ୍ତ ରାଜ୍ୟବାସୀ । ଏକ ପ୍ରକାର ରାଜ୍ୟରେ ଅଘୋଷିତ କର୍ଫ୍ୟୁ ଜାରୀ । ସକାଳ ୭ଟାରୁ ଖରାର ପ୍ରକୋପ ଦେଖିବାକୁ ମିଳିଛି । ତେବେ ଚଳିତ ବର୍ଷ ଝାରସୁଗୁଡ଼ା ଜିଲ୍ଲା ସବୁଠାରୁ ଉତ୍ତପ୍ତ ସହର ହେବା ବେଳେ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅତିଷ୍ଠ ଝାରସୁଗୁଡ଼ାବାସୀ ।  ଆଜି ପାରଦ ପୁଣି ୪୨ଡିଗ୍ରୀ ରୁ ଊର୍ଦ୍ଧ୍ବ ରହିଥିବା ଅନୁମାନ କରାଯାଉଛି । ଝାରସୁଗୁଡ଼ାର ଚାରିଆଡ଼େ ଶିଳ୍ପ ସଂସ୍ଥା କାରଣରୁ ପ୍ରଦୂଷଣ ବୃଦ୍ଧି ସାଙ୍ଗକୁ ଗଛକଟା ଭଳି ସମସ୍ୟା ଯୋଗୁଁ ଝାରସୁଗୁଡ଼ାରେ ଗରମ ବଢୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ପ୍ରବଳ ଗରମ ଯୋଗୁଁ କୁଲର, ଏସି ମଧ୍ୟ କାମ ଦେଉନି । ଟାଣ ଖରାରେ ମନକୁ ଟିକିଏ ପୂର୍ତ୍ତି ଦେବା ସହିତ ଶରୀରକୁ ଆରାମ ଦେବା ପାଇଁ ଲୋକମାନେ ଆଖୁ ରସ ଓ ଲସି, ସର୍ବତ ଦୋକାନରେ  ଭିଡ଼ ଜମୁଛି । ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳର ସୁବିଧା ହୋଇଥିବା କହିଛନ୍ତି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ । 

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.