thumbnail

ତତଲା କଡେଇରେ ଭାଜି ହେଉଛି ଖୋର୍ଦ୍ଧା, ସବୁଠୁ ତ୍ରାହି ତ୍ରାହି

By

Published : Apr 20, 2023, 4:31 PM IST

ଖୋର୍ଦ୍ଧା: ଗତ ଦୁଇ ସପ୍ତାହ ହେବ ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଏଥିରୁ ବାଦ୍ ପଡିନି ଖୋର୍ଦ୍ଧା ଜିଲ୍ଲା । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଯେମିତି ତତଲା କଡେଇରେ କଡେଇରେ ଭାଜି ହେଉଛନ୍ତି ଜିଲ୍ଲବାସୀ  । ଗୁଳିଗୁଳି ଯୋଗୁଁ ଲୋକେ ଘରେ ରହିପାରୁ ନାହାନ୍ତି କି ବାହାରକୁ ବାହାରି ପାରୁନାହାନ୍ତି । ସକାଳୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି । ଦିନ ୧୦ଟା ବାଜିଲେ ପରିସ୍ଥିତି ଜଟିଳ ହୋଇପଡୁଥିବା ଦେଖିବାକୁ ମିଳୁଛି । ଘରେ ମଧ୍ୟ କାନ୍ଥ ଚଟାଣଠାରୁ ଆରମ୍ଭ କରି ଛାତ ସବୁ ତାତି ଯାଉଛି । ଅସହ୍ୟ ଗରମରେ ଜିଲ୍ଲବାସୀ  ଆଉଟୁପାଉଟୁ ହେଉଛନ୍ତି । ସେତିକି ଜରୁରୀ କାମ ନଥିଲେ ଲୋକମାନେ ଘରୁ ବାହାରକୁ ଆସୁନଥିବା ଦେଖିବାକୁ ମିଳୁଛି । ଗତ ଦୁଇ ତିନି ଦିନ ହେବ ଖୋର୍ଦ୍ଧା ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଧୁ ଧୁ ଖରାରେ ରାସ୍ତାଘାଟ ଶୁନଶାନ ପଲଟୁଥିବା ବେଳେ ଗାଁଠୁ ସହର ସବୁଠି ଖରାର ଅଘୋଷିତ କର୍ଫ୍ୟୁ ଲାଗୁଥିବା ଦେଖିବାକୁ ମିଳୁଛି ।

ଦିନ 10ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଚାଲୁଛି ଖରାର ରାଜୁତି । ସେପଟେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଡିଓମାନଙ୍କୁ ସବୁ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅତି ଆବଶ୍ୟକ ନଥିଲେ ଘରୁ ନବହାରିବା ପାଇଁ ବିଭିନ୍ନ ପ୍ରଚାର ମାଧ୍ୟମରେ ସଚେତନ କରାଯାଉଛି । ସମ୍ଭାବ୍ୟ ଅଂଶୁଘାତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଦେଖାଯାଉଥିବା ପାନୀୟଜଳ ସମସ୍ୟା ଦୂର କରିବାକୁ ଜିଲ୍ଲାପାଳ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦେବା ସହ ଯେଉଁଠି ପାନୀୟ ଜଳ ସମସ୍ୟା ସମ୍ନାକୁ ଆସୁଛି ସେଠାରେ ତୁରନ୍ତ ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବାକୁ ନିର୍ଦ୍ଦେଶ ରହିଥିବା କହିଛନ୍ତି ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.