Tesla Havoc in China: ଚୀନରେ ଆତଙ୍କ ଖେଳାଇଲା ଏଲନ ମସ୍କ୍ଙ୍କ ଟେସ୍ଲା କାର, ଦୁଇ ମୃତ - ଚୀନ୍ରେ ଟେସ୍ଲା କାର ବେକାବୁ
🎬 Watch Now: Feature Video

ବେଜିଂ: ଚୀନରେ ବେକାବୁ ହେଲା ଟେସ୍ଲା କାର୍ । ପାର୍କ କରୁଥିବା ବେଳେ ଅଚାନକ କାର୍ ସଫ୍ଟୱେୟାରରେ କୌଣସି ତୃଟି କାର ଦୃତଗତିରେ ଚାଲିବାକୁ ଲାଗିଲା । ଦୀର୍ଘ ସମୟ ଧରି ରାସ୍ତାରେ ଦୃତ ଗତିରେ ଦୌଡ଼ି ଭୟର ବାତାବରଣ ସୃଷ୍ଟି କରିଥିଲା ଟେସ୍ଲାର ୱାଇ(Y) ମଡେଲ୍ କାର । ଚୀନ୍ର କାଓଝୋଉର ଗୁଆଙ୍ଗ୍ଡୋଙ୍ଗ୍ ଅଞ୍ଚଳର ଏହି ଘଟଣା ବୋଲି ଜଣା ପଡ଼ିଛି । ରାସ୍ତାରେ କାର ସମ୍ମୁଖକୁ ଯିଏ ଆସୁଥିଲା ତାହାକୁ ଧକ୍କା ଦେଇ ଚାଲିଥିଲା ଟେସ୍ଲା । ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ୍ ଛାତ୍ରୀ ମଧ୍ୟ ରହିଛି । ଏହାର ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଏହାକୁ ନେଇ ୟୁଜର୍ସ କମେଣ୍ଟ କରିବାରେ ଲାଗିଛନ୍ତି ।
Last Updated : Feb 3, 2023, 8:32 PM IST