thumbnail

By ETV Bharat Odisha Team

Published : Dec 28, 2023, 12:39 PM IST

ETV Bharat / Videos

ଟ୍ରକକୁ ଧକ୍କା ଦେଲା ପିକନିକ ବସ୍, 20 ଆହତ

Bus accident: କେନ୍ଦୁଝର: ଟ୍ରକକୁ ପଛରୁ ଧକ୍କା ଦେଲା ପିକନିକ ବସ୍ । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି ।  କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଭାଲୁକୁମା ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ଆହତମାନଙ୍କ ଘର ବାଲେଶ୍ବର ଜିଲ୍ଲାରେ । ବାଲେଶ୍ବର ସୋରର ଏକ ଘରୋଇ ଟ୍ୟୁଟରିଆଲର ଶିକ୍ଷକ ଓ ଛାତ୍ରଛାତ୍ରୀ ସମ୍ବଲପୁର ପିକନିକ ପାଇଁ ଯାଇଥିଲେ ।  ପିକନିକ ସାରି ଆଜି ସକାଳୁ ଫେରିବା ସମୟରେ ଭାଲୁକୁମା ଛକଠାରେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବସ୍ । ଦୁର୍ଘଟଣାରେ ଡ୍ରାଇଭର ଓ ଜଣେ ଶିକ୍ଷକ ଗୁରୁତର ରହିଛନ୍ତି । ସମସ୍ତ ଆହତଙ୍କୁ ୨ଟି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଟ୍ରକଟି ବସକୁ ଓଭରଟେକ୍ କରିବା ପରେ ବ୍ରେକ୍ ମାରିଦେବାରୁ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରକ୍ ପଛପଟେ ଧକ୍କା କରିଥିବା ନେଇ ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି । ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- ଭାରସାମ୍ୟ ହରାଇଲା ଟୁରିଷ୍ଟ ବସ ,୨୫ ଆହତ ୨ ଗୁରୁତର

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.