Bahuda Yatra 2023: ସମୂହ ସେବାୟତ ଗାଇଲେ ଗୀତ ଗୋବିନ୍ଦ

By

Published : Jun 28, 2023, 11:05 PM IST

thumbnail

ପୁରୀ: ସିଂହଦ୍ବାର ସମ୍ମୁଖ ଲାଗିଛି ତିନି ରଥ। ଦାରୁବ୍ରହ୍ମଙ୍କ ଏହି ଦିବ୍ୟ ଘୋଷଯାତ୍ରାରେ ସେବାୟତଙ୍କ ଥାଏ ଗୁରୁତ୍ବପୂର୍ଣ୍ଣ ଭୂମିକା । ସେବାୟତଙ୍କ ସେବା, ସମର୍ପଣ ଓ ତ୍ୟାଗ ଓ ଅଗଣିତ ଭକ୍ତଙ୍କ ଭକ୍ତି ଅର୍ଘ୍ୟ ପରେ  ଆଜି ସିଂହଦ୍ବାର ସମ୍ମୁଖରେ ଲାଗିଛି ତିନି ରଥ । ଏହାପରେ ଭାବୁକ ହୋଇପଡିଛନ୍ତି ସେବାୟତ । ସିଂହଦ୍ବାର ସମ୍ମୁଖରେ ତିନି ରଥ ଲାଗିବା ପରେ ମହାପ୍ରଭୁଙ୍କ ନିକଟରେ କୃତଜ୍ଞତା ଜ୍ଞାପନ ସ୍ବରୂପ ସମୂହ ସେବାୟତ ଭକ୍ତ ଗାଇଲେ ଗୀତ ଗୋବିନ୍ଦ । ଦେଖନ୍ତୁ ସେହି ଦୃଶ୍ୟ । 

ଆସନ୍ତାକାଲି ଶ୍ରୀଜୀଉଙ୍କ ହେବ ସୁନା ବେଶ। ଶୁକ୍ରବାର ଅଧରପଣା ହେବାକୁ ଥିବା ବେଳେ ଶନିବାର ହେବ ନିଳାଦ୍ରୀବିଜେ । ଆଜି ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥରେ ଗଜପତି ମହାରାଜ ଆସି ଛେରା ପହଁରା କରିବା ପରେ ପରେ ଚାରମାଳ ଫିଟାଯାଇଥିଲା । ଏହାପରେ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା । ସଂଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.