'ମୁଁ ଆଗରେ ଯିବି ମୋତେ କାମୁଡିବ ସାପ, ରତ୍ନ ଭଣ୍ଡାର ଖୋଲ'

By

Published : Jul 2, 2023, 5:53 PM IST

thumbnail

ଭୁବନେଶ୍ବର: ରତ୍ନ ଭଣ୍ଡାର ଖୋଲିବାକୁ ନେଇ ପୁଣି ତେଜିଲା ରାଜନୀତି। ଗତକାଲି ଆଇନ ମନ୍ତ୍ରୀ କହିଥିଲେ ଚାବି ବିଷୟରେ ସେ ଜାଣିନାହାନ୍ତି କହିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏନେଇ ସେ କହିଛନ୍ତି ଯେ ଆଇନ ମନ୍ତ୍ରୀ ଯିଏ ହେବ ତାଙ୍କ ଅଧୀନରେ ରହିବ ରତ୍ନ ଭଣ୍ଡାର। ଚାବିଟା କେଉଁଠି ଅଛି ସେ ଜାଣିବା ନିହାତି ଦରକାର । ସେ ଏପରି କହିବା ନିନ୍ଦନୀୟ । ରତ୍ନଭଣ୍ଡାର ଖୋଲିବା ନେଇ ସମସ୍ତେ ଦାବି କରୁଥିବା ବେଳେ ରାଜ୍ୟ ସରକାର ଖୋଲୁନାହାନ୍ତି । ଜଗନ୍ନାଥଙ୍କର କେତେ ସମ୍ପତ୍ତି ଅଛି ସେ ସମ୍ପର୍କରେ ଜାଣିବା ଓଡ଼ିଶାବାସୀଙ୍କ ଅଧିକାର ରହିଛି । ଶ୍ରୀଜଗନ୍ନାଥଙ୍କ ନିକଟରେ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାର ରହିଲେ ମଧ୍ୟ ଆମ ଠାକୁର ଭଙ୍ଗା ଅଳଙ୍କାର ପିନ୍ଧୁଛନ୍ତି । ରତ୍ନ ଭଣ୍ଡାର ଖୋଲାଯାଉ । ଯଦି ସାପ କାମୁଡିବା କଥା ମୋତେ କାମୁଡିବ । ମୁଁ ଆଗରେ ଯିବି । ଏମିତି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.