ଓଡ଼ିଶା ମେଲେରିଆରେ ଓ ଭାରତ ଯକ୍ଷ୍ମାରେ ପ୍ରଥମ: ପ୍ରଫେସର ଅଶୋକ ମହାପାତ୍ର - Odisha first in Malaria
🎬 Watch Now: Feature Video
Published : Oct 5, 2023, 7:57 PM IST
କୋରାପୁଟ: ଭାରତୀୟମାନେ ମେଲେରିଆ, ଯକ୍ଷ୍ମା,ଡାଇରିଆ ଭଳି ସଂକ୍ରମଣ ଜନିତ ରୋଗ ସାଙ୍ଗକୁ ରୁଗୁଣ ଜୀବନଶୈଳୀ ଜନିତ ରୋଗରେ ପୀଡ଼ିତ ହେଉଛନ୍ତି । ଓଡ଼ିଶା ମେଲେରିଆରେ ସମଗ୍ର ଭାରତ ବର୍ଷରେ ପ୍ରଥମ ଥିବାବେଳେ ବିଶ୍ବସ୍ତରରେ ଶତକଡା 90 ଭାଗ ଯକ୍ଷ୍ମା ରୋଗୀ ଭାରତ ବର୍ଷରେ ରହିଛନ୍ତି ବୋଲି ଦିଲ୍ଲୀ ଏମସର ପ୍ରାକ୍ତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର କିହିଛନ୍ତି । ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ବାସ୍ଥ୍ୟରକ୍ଷାରେ ଆଧ୍ୟାତ୍ମିକତାର ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ପ୍ରଫେସର ମହାପାତ୍ର ଭାରତ ବର୍ଷରେ ବିଭିନ୍ନ ରୋଗର କାରଣ ଓ ବିନା ରାସାୟନିକ ଔଷଧ ସେବନ ମାଧ୍ୟମରେ ଏହି ସମସ୍ତ ରୋଗର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ ।
ଭାରତ ବର୍ଷରେ ସଂକ୍ରମଣ ଜନିତ ରୋଗ ଅନାଦି କାଳରୁ ସାଧାରଣ ଜନତାଙ୍କୁ ପ୍ରଭାବିତ କରୁଥିବା ବେଳେ ବିଦେଶର ଜୀବନ ଶୈଳୀରେ ପ୍ରଭାବିତ ହୋଇ, ସେଠାକାର ଖାଦ୍ୟକୁ ଆପଣାଇ ମେଦବହୁଳ ଶରୀର ଗଠନ ପାଇଁ କାରକ ସାଜୁଛନ୍ତି । ମେଦବହୁଳ ହେବା ଦ୍ବାରା ରକ୍ତଚାପ, ଡାଇବେଟିସ, ଗଣ୍ଠିବାତ ଭଳି ସମସ୍ୟାରେ ଆଉଟୁପାଉଟୁ ହେଉଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି,"ଭାରତୀୟ ପରମ୍ପରାରେ ପ୍ରଦର୍ଶିତ ଆଧ୍ୟାତ୍ମିକତାର ମାର୍ଗ ଠାରୁ ଭାରତୀୟମାନେ ନିଜକୁ ଦୂରେଇ ରଖିଥିବା ଯୋଗୁଁ ନିଜ ଚାରିପାଖେ ଥିବା ପାରମ୍ପରିକ ଉପଚାରକୁ ପଛରେ ପକାଇ ପ୍ରତିଟି ଛୋଟ ସମସ୍ୟାରେ ମଧ୍ୟ ଅନାବଶ୍ୟକ ପରିମାଣର ପରୀକ୍ଷା କରାଇନେଇ ଆଣ୍ଟିବାୟୋଟିକ ଓ ଆଣ୍ଟି ଇନଫ୍ଲାମେଟରୀ ଭଳି ବିଭିନ୍ନ ରାସାୟନିକ ଔଷଧ ସେବନ କରିବା ଯୋଗୁଁ ନିଜ ଯକୃତ ଓ ଲିଭରକୁ ପ୍ରଭାବିତ କରୁଛନ୍ତି । "
ଏହା ମଧ୍ୟ ପଢନ୍ତୁ...ସୁନ୍ଦରଗଡ଼ରେ ଉପରମୁହାଁ ସ୍କ୍ରବ ଟାଇଫସ ମାମଲା, ସ୍ଥିତି ପରଖିଲେ କେନ୍ଦ୍ର ଓ ରାଜ୍ୟ ମିଳିତ ଟିମ୍
ପ୍ରତ୍ୟେକ ବ୍ୟକ୍ତି ଆଧ୍ୟାତ୍ମିକତାର ମାର୍ଗ ଅବଲମ୍ବନ କରି ଧ୍ୟାନ,ପ୍ରାଣାୟମ ଦ୍ବାରା ମାନସିକ ଶାନ୍ତି ପ୍ରତିଷ୍ଠା କରି ମନ, ପ୍ରାଣ ଓ ଶରୀର ମଧ୍ୟରେ ସମନ୍ବୟ ରକ୍ଷା କରିବା ସହ ସାମାଜିକ ସ୍ବାସ୍ଥ୍ୟର ସୁରକ୍ଷା କରିବାରେ ଯୋଗଦାନ କରିପାରିବେ । ବିଜ୍ଞାନ, ଆଧ୍ୟାତ୍ମିକତା ଓ ଧର୍ମ ମଧ୍ୟରେ ଚାଲିଥିବା ତର୍କ ସମ୍ପର୍କରେ ମତ ଦେଇ ସେ କହିଥିଲେ ଯେ ସେମାନେ ପରସ୍ପର ଠାରୁ ଅଲଗା ନୁହନ୍ତି ଏବଂ ଆନେକ କ୍ଷେତ୍ରରେ ବୈଜ୍ଞାନିକ , ଡାକ୍ତର ମାନେ ସେଗୁଡ଼ିକର ବାସ୍ତବ ସତ୍ୟକୁ ଖୋଜି ସେମାନଙ୍କ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା କରି ଅଭୂତପୂର୍ବ ସଫଳତା ଆଣିପାରିଛନ୍ତି ।
ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଭଗବତ ଶକ୍ତି ଉପରେ ଅଖଣ୍ଡ ବିଶ୍ବାସ ରଖିବା ସହ ଭାରତୀୟ ସଂସ୍କୃତିର ଆଧାର ଭାବେ ଥିବା ମୂଳ ଶାସ୍ତ୍ର ଅଧ୍ୟୟନ କରିବା ଅନିର୍ବାର୍ଜ୍ୟ ବୋଲି ମତ ରଖିଛନ୍ତି । ଏହି ଅବସରରେ ଡାକ୍ତର ମହାପାତ୍ର ଅନେକ ବୟଷ୍କ ମହିଳା ଓ ପୁରୁଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ସେମାନେ କିପରି ସାଧାରଣ ଔଷଧ ଓ ଯୋଗ ପ୍ରାଣାୟାମ ଦ୍ବାରା ନିଜ ନିଜ ସ୍ବାସ୍ଥ୍ୟ ସମସ୍ୟାକୁ ଦୂରେଇ ପାରିବେ ସେ ସମ୍ପର୍କରେ ଉପଦେଶ ଦେଇଥିଲେ ।
ଇଟିଭି ଭାରତ, କୋରାପୁଟ