ସୁରକ୍ଷା ଭେଦ କରି ତାଜମହଲର ୟେଲୋ ଜୋନ୍ରେ ପଶିଲା କାର୍: ପର୍ଯ୍ୟଟକ ଭୟଭୀତ, ଦେଖନ୍ତୁ ଭିଡିଓ - yellow zone in tajmahal
🎬 Watch Now: Feature Video
ଲକ୍ଷ୍ନୌ: ତାଜମହଲର ୟେଲୋ ଜୋନ୍କୁ ଦ୍ରୁତ ଗତିରେ ଏକ କାର୍ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ତେବେ ଡ୍ରାଇଭର ଜଣକ ମଦ୍ୟପାନ କରିଥିବାବେଳେ ପଶ୍ଚିମ ଗେଟ୍ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କର ବେପରୁଆ ଗାଡି ଚାଳନା ଦେଖି ତାଜମହଲ ବୁଲିଆସିଥିବା ପର୍ଯ୍ୟଟକମାନେ କିଛି କ୍ଷଣ ପାଇଁ ଭୟଭୀତ ହୋଇ ପଡିଥିଲେ ।
କେତେକ ପର୍ଯ୍ୟଟକଙ୍କ ଉପରକୁ ଗାଡି ମାଡି ଆସୁଥିବା ବେଳେ ସେମାନେ ଜୀବନ ବଞ୍ଚାଇବା ପାଇଁ ଦୌଡି ପଳାଇଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଦ୍ରୁତ ଗତିରେ ଆସୁଥିବା ଗାଡିଟି ହଠାତ୍ ତାଜମହଲଠାରେ ଥିବା ଫୁଟ୍ପାଥ୍ ଉପରକୁ ଚଢି ଯାଇଥିଲା । ଏହାପରେ ଗାଡ଼ି ଚାଳକଙ୍କୁ ଗିରଫ କରିଛି ଆଗ୍ରା ପୋଲିସ । ଡ୍ରାଇଭର ଜଣକ ସେହି ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ଥିବା ପୋଲିସ ଜାଣିବାକୁ ପାଇଛି ।
ତେବେ ମଦ୍ୟପାନ କରିବା ସହ ଡ୍ରାଇଭରଙ୍କ ଏଭଳି ବେପରୁଆ ଗାଡି ଚାଳନା ଯୋଗୁଁ ଅନେକଙ୍କ ଜୀବନ ବିପଦରେ ପଡିବା ଆଶଙ୍କା ରହିଥିଲା। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହାସହ ୟେଲୋ ଜୋନ୍ରେ କାର୍ ପ୍ରବେଶ କରିବା ପରେ ପର୍ଯ୍ୟଟନନସ୍ଥଳୀ ତାଜମହଲରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।