ପୁରୀ ବେଳାଭୂମିରେ G20 ପ୍ରତିନିଧି ମଣ୍ଡଳୀର ଦ୍ବିତୀୟ ସାଂସ୍କୃତିକ ବୈଠକ - କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ
🎬 Watch Now: Feature Video
ପୁରୀ: ପୁରୀ ବେଳାଭୂମିରେ G20 ପ୍ରତିନିଧି ମଣ୍ଡଳୀର ଦ୍ବିତୀୟ ସାଂସ୍କୃତିକ ବୈଠକ କାଲିଠାରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ୍ ମେଘୱଲ ଯୋଗ ଦେବେ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଂସ୍କୃତିକ ସମନ୍ବୟକୁ ନେଇ ଆକର୍ଷଣୀୟ ବାଲୁକା କଳା ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ G20 ପ୍ରତିନିଧି ଏହି ବାଲୁକା କଳା ବୁଲି ଦେଖିବା ସହ ଅଭିଭୂତ ହୋଇଥିଲେ ।
ତେବେ ଆସନ୍ତାକାଲି ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ G20 ସାଂସ୍କୃତିକ ବୈଠକକୁ ଉଦ୍ଘାଟନ କରିବେ । କୌଣସି ଦେଶର ପରିଚୟ ତାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ । ଯେଉଁ ଦେଶର ଭାଷା, ସାହିତ୍ୟ ଓ ସଂସ୍କୃତି ଯେତେ ସମୃଦ୍ଧ, ସେ ଦେଶ ସେତେ ସମୃଦ୍ଧ । ଭାରତୀୟ ସଂସ୍କୃତି, ଭାଷା ଓ ପରମ୍ପରା ମହାନ୍ । ୪ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସାଂସ୍କୃତିକ ବିଭବ, ସମନ୍ଵୟର ପ୍ରତ୍ୟେକଟି ଦିଗ ସମ୍ପର୍କରେ ଆଲୋଚନା କରାଯାଇ ଏକ ସନ୍ଦର୍ଭ ପ୍ରସ୍ତୁତ କରାଯିବ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶେଷରେ ବାରାଣସୀରେ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହେବ । ଦେଶ ଓ ରାଜ୍ୟର ସଂସ୍କୃତି ସମ୍ପର୍କରେ G20 ପ୍ରତିନିଧି ମଣ୍ଡଳୀର ସଦସ୍ୟ ଅବଗତ ହୋଇଛନ୍ତି । ସଂସ୍କୃତି ମାଧ୍ୟମରେ ପରସ୍ପରକୁ ଯୋଡିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଇଟିଭି ଭାରତ, ପୁରୀ