Savitri 2023: ବଟ ବୃକ୍ଷ ତଳେ ପୂଜା କରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କଲେ ମହିଳା - ସାବିତ୍ରୀ ବ୍ରତ

🎬 Watch Now: Feature Video

thumbnail

By

Published : May 19, 2023, 1:48 PM IST

କେନ୍ଦୁଝର: ଆଜି ପବିତ୍ର ସାବିତ୍ରୀ ବ୍ରତ । ଏନେଇ ଚଳ ଚଞ୍ଚଳ ଗାଁଠୁ ସହର । ହିନ୍ଦୁ ମହିଳାଙ୍କ ପାଇଁ ଆଜିର ଦିନଟି ସ୍ବତନ୍ତ୍ର । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସଧବା ମହିଳା । ସକାଳୁ ସକାଳୁ ସ୍ବାମୀଙ୍କ ଶୁଭ ମନାସି ଠାକୁରଙ୍କୁ ପୂଜାର୍ଚ୍ଚନା କରିବାକୁ ମନ୍ଦିରରେ ଲମ୍ବା ଧାଡି ଲାଗିଛି । ମଥାରେ ସିନ୍ଦୁର ହାତରେ ଚୁଡି ଓ ରଙ୍ଗ ବେରଙ୍ଗର ଶାଢୀ ପିନ୍ଧି ସତ୍ୟବାନଙ୍କ ପାଇଁ ପୂଜା କରିବାକୁ ମନ୍ଦିରରେ ସାବିତ୍ରୀଙ୍କ ଭିଡ ଲାଗିଛି । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜ୍ର ରଖିବା ପାଇଁ ମାନସିକ କରି ବ୍ରତ ପାଳିଛନ୍ତି ମହିଳା । 

ସ୍ବାମୀଙ୍କ ମଙ୍ଗଳ ମନାସୀ ନିଶ୍ବାସ ଥିବାଯାଏ ସଧବା ରହିବାକୁ ଏହି ଓଷା ପାଳନ କରିଛନ୍ତି । କେନ୍ଦୁଝର ସହରର ବିହାରୀ ସମ୍ପ୍ରଦାୟର ମହିଳାମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ପରମ୍ପରା ଅନୁଯାୟୀ ବର ଗଛ ତଳେ ରୀତିନୀତି ଅନୁଯାୟୀ ପୂଜା କରିଛନ୍ତି । ସବୁ ମହିଳା ମାନେ ସାରା ଦିନ ଉପାସ ରହି ବରଗଛ ଚାରିପଟେ ୧୦୮ ଥର ଘୁରି ସୂତା ଗୁଡ଼ାଇ ପୂଜା କରିଥାନ୍ତି । ଏହା ସହ ଏହି ଋତୁରେ ମିଳୁଥିବା ସମସ୍ତ ଫଳ ଫୁଲ ଦେଇ ସାବିତ୍ରୀ ଦେବୀଙ୍କୁ ପୂଜା କରିବା ସହ ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରିଛନ୍ତି । ସହରର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବରଗଛ ତଳେ ଏକତ୍ରିତ ହୋଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.