thumbnail

By

Published : May 19, 2023, 4:03 PM IST

ETV Bharat / Videos

ପୁରପଲ୍ଲୀରେ ପାଳନ ହେଲା ସାବିତ୍ରୀ, ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ରଖିଥାନ୍ତି ସଧବା ନାରୀ

ଭବାନୀପାଟଣା: ଆଜି ପବିତ୍ର ସାବିତ୍ରୀ ବ୍ରତ । ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ରଖିଥାନ୍ତି ସଧବା ନାରୀ । ଦିନଟି ପ୍ରତି ସଧବାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ବ୍ରତ ନେଇ ଚଳଚଞ୍ଚଳ ହୋଇଛି ପୁରପଲ୍ଲୀ । କଳାହାଣ୍ଡିରେ ମଧ୍ୟ ଏହି ବ୍ରତକୁ ଉତ୍ସାହର ସହିତ ପାଳିଛନ୍ତି ବିବାହିତା ମହିଳା । ସକାଳୁ ସକାଳୁ ସ୍ବାମୀଙ୍କ ଶୁଭ ମନାସୀ ଠାକୁରଙ୍କୁ ପୂଜାର୍ଚ୍ଚନା କରିବାକୁ ମନ୍ଦିରରେ ଲମ୍ବା ଧାଡି ଲାଗିଛି । ମଥାରେ ସିନ୍ଦୁର ହାତରେ ଚୁଡି ଓ ରଙ୍ଗ ବେରଙ୍ଗର ଶାଢୀ ପିନ୍ଧି ସତ୍ୟବାନଙ୍କ ପାଇଁ କିଏ ଦେବାଳୟରେ ପୂଜା କରୁଛି ତ ଆଉ କିଏ ବଟ ବୃକ୍ଷ  ବା ତୁଳସୀ ଚଉଁରା ମୂଳେ ପୂଜା କରିଛନ୍ତି । ବିଭିନ୍ନ ସ୍ଥାନରେ ବିବାହିତା ମହିଳା ମାନେ ଏକତ୍ରିତ ହୋଇ ଏହି ବ୍ରତ ପାଳିଛନ୍ତି । ସାବିତ୍ରୀ ପାଇଁ ସଧବା ନାରୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବେଶ ଉତ୍ସାହ ଓ ଉଦ୍ଦିପନା। ଯଦିଓ ଚଳିତ ବର୍ଷ ଦରଦାମ ବୃଦ୍ଧି ଲୋକଙ୍କୁ କଷ୍ଟ ଦେଇଛି ତଥାପି ସମସ୍ତ ସାମଗ୍ରୀ ଯୋଗାଡ଼ କରି ଭକ୍ତିମୟ ପରିବେଶରେ ସାବିତ୍ରୀ ବ୍ରତ ପାଳିଛନ୍ତି ବିବାହିତା ।  

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.