ସାବିତ୍ରୀ ବ୍ରତ ଅବସରରେ ଢେଙ୍କାନାଳରେ ବିଭିନ୍ନ ମନ୍ଦିରରେ ମହିଳାଙ୍କ ପୂଜାର୍ଚ୍ଚନା - savitri brat in dhenkanal

🎬 Watch Now: Feature Video

thumbnail

By

Published : May 19, 2023, 5:16 PM IST

ଢେଙ୍କାନାଳ: ହିନ୍ଦୁ ପରମ୍ପରା ଅନୁସାରେ ଵାର ମାସରେ ତେର ପର୍ବ ପାଳନ ହୁଏ ବୋଲି କୁହାଯାଏ । ଏସବୁ ମଧ୍ୟରେ ସାବିତ୍ରୀ ବ୍ରତ ଏକ ନିଆରା ପରମ୍ପରା । ପୌରାଣିକ ମତ ଅନୁସାରେ ସତ୍ୟବାନଙ୍କ ପୁନଃ ଜୀବନ ପ୍ରାପ୍ତି ପାଇଁ ସାବିତ୍ରୀଙ୍କ ଅବଦାନ ହିଁ ହିନ୍ଦୁ ମହିଳାଙ୍କୁ ପ୍ରେରଣା ଯୋଗାଇଛି । ସତ୍ୟବାନଙ୍କ ମୃତ୍ୟୁ ପରେ ଯମଙ୍କଠାରୁ ସ୍ବାମୀଙ୍କୁ ଫେରାଇ ଆଣିବା ଓ ପୁନଃ ଜୀବନ ଦାନ ପାଇଁ ପତ୍ନୀ ସାବିତ୍ରୀଙ୍କ ନିଷ୍ଠା ପାଇଁ ତାଙ୍କୁ ଆଦର୍ଶ ରୂପେ ମାନି ଆସିଛନ୍ତି ହିନ୍ଦୁ ନାରୀ । ସାବିତ୍ରୀଙ୍କ ସତୀତ୍ବ ଆଗରେ ଯମ ହାର ମାନିବା କଥା ପ୍ରତ୍ୟେକ ବିବାହିତା ହିନ୍ଦୁ ନାରୀଙ୍କ ପାଇଁ ଉଦାହରଣ ସାଜିଛି । ଆଉ ଜ୍ୟେଷ୍ଠ ଅମାବାସ୍ୟା ଅର୍ଥାତ ଆଜିର ଦିନରେ ସାବିତ୍ରୀଙ୍କ ସ୍ବାମୀ ସତ୍ୟବାନ ପୁନଃ ଜୀବନ ଦାନ ପାଇବାରେ ସକ୍ଷମ ହୋଇଥିଲେ ବୋଲି ପୌରାଣିକ ମତ ରହିଛି । ଫଳରେ ଆଜିର ଦିନକୁ ପ୍ରତ୍ୟେକ ବିବାହିତା ନାରୀମାନେ ସାବିତ୍ରୀ ବ୍ରତ ଭାବେ ପାଳନ କରିଆସୁଛନ୍ତି । ମନ୍ଦିରରେ ଭୋଗ ରାଗ ପୂଜାର୍ଚ୍ଚନା କରି ନିଜ କରି ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିଥାଆନ୍ତି । ତେବେ ଢେଙ୍କାନାଳରେ ବିଭିନ୍ନ ମନ୍ଦିର ମାନଙ୍କରେ ବ୍ରତଧାରୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ବିଶେଷ କରି ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ରାଧାକୃଷ୍ଣ ମନ୍ଦିର ଓ ଭାଗିରଥି ସାଗର କୂଳରେ ଥିବା ଆଖଣ୍ଡଳମଣି ଶିବ ମନ୍ଦିରରେ ମହିଳାଙ୍କର ଭିଡ଼ ଅପେକ୍ଷାକୃତ ଅଧିକ ପରିଲକ୍ଷିତ ହୋଇଥିଲା । ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ବହୁ ସଂଖ୍ୟାରେ ବ୍ରତଧାରୀ ମହିଳାମାନେ ଆସି ପହଞ୍ଚିଥିଲେ । ସାବିତ୍ରୀ ବ୍ରତର ପରମ୍ପରା ମୁତାବକ ମହିଳାମାନେ ନୂଆ ଶାଢ଼ୀ ପରିଧାନ ସହ ୨୧ପ୍ରକାର ଅର୍ଥାତ ନଡ଼ିଆ, କଦଳୀ, ସେଓ, ସପୁରୀ, ଆମ୍ବ ଓ ଖଜୁରୀ ଆଦି ବିଭିନ୍ନ କିଷମର ଫଳ ମୂଳ ଭୋଗ ସହ ବ୍ରତ ଓ ନୂଆ ଶାଢ଼ୀ ଧରି ମନ୍ଦିରରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା । ମାନସିକଧାରୀ ମହିଳାମାନେ ଦୀପ ଜାଳିବା ସହ ପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରି ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ପୂଜା ଶେଷ ହେବା ପରେ ପୂଜା ବ୍ରତକୁ ନିଜ ଦକ୍ଷିଣ ବାହୁରେ ଧାରଣ କରିବା ହେଉଛି ଏହି ପରମ୍ପରାର ଏକ ବିଶେଷ ରୀତି । ତେବେ ସମସ୍ତ ରୀତି ଅନୁସାରେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ସଧବା ନାରୀମାନେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.