thumbnail

ପବିତ୍ର ସରସ୍ୱତୀ ପୂଜା, ଧରାବତରଣ କଲେ ବିଦ୍ୟାଦାତ୍ରୀ

By

Published : Jan 26, 2023, 6:10 PM IST

Updated : Feb 3, 2023, 8:39 PM IST

ଭୁବନେଶ୍ବର: ଆଜି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା । ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀର ଏହି ପବିତ୍ର ଦିନରେ ମା ଧରାବତରଣ କରିଛନ୍ତି । ଏନେଇ ଗାଁ ଠାରୁ ସହର ସବୁଠି ବାଗଦେବୀ ସରସ୍ବତୀ ମାଙ୍କ ଆରଧନା କରାଯାଇଛି । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭକ୍ତିର ସହ ପୂଜା କରିଛନ୍ତି । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହେଉଥିବା ବେଳେ ମାଆ ଧରାପୃଷ୍ଟରେ ବିଜେ କରି ଆଶୀର୍ବାଦ ଦେଇଥାନ୍ତି ।  

ତେବେ ଦୁଇବର୍ଷର କରୋନା କଟକଣା ପରେ ଏବର୍ଷ ସବୁଠି ଧୁମଧାମରେ ମାଙ୍କର ପୂଜାର୍ଚ୍ଚନା କରାଯାଉଥିବା ବେଳେ ଭୁବନେଶ୍ୱର ର ୟୁନିଟ ୮ ସରସ୍ବତୀ ଶିଶୁ ମନ୍ଦିରରେ  ମଧ୍ୟ ମାଙ୍କ ପୂଜାର୍ଚ୍ଚନା କରାଯାଇଛି । ଏଠାରେ ପିଲାମାନେ  ମା’ଙ୍କର ଅର୍ଚ୍ଚନା କରିଛନ୍ତି । ତେଣୁ ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ନିଜ ନିଜର ମୂର୍ତ୍ତିକୁ ନିଜେ ଫୁଲ ଚନ୍ଦନ ଧୂପ ଦୀପ ଓ ନୈବେଦ୍ୟ ଦେଇ ଅର୍ଚ୍ଚନା କରିଛନ୍ତି । ପିଲାମାନଙ୍କ ଭିତରେ ଏକ ଆଧ୍ୟାତ୍ମିକ ଚେତନା ଜାଗ୍ରତ ପାଇଁ ଏଭଳି ନିଆରା ଢଙ୍ଗରେ ଏଠାରେ ପୂଜାର୍ଚନା କରାଯାଇଥାଏ ।  

ଏନେଇ ବିଦ୍ୟାଳୟ ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଆଉ ପିଲାମାନେ ବି ମାଙ୍କ ଆରାଧନା ନିଜେ କରି ବେଶ ଖୁସି ହୋଇଛନ୍ତି । ଏହାଛଡା  ଆଗାମୀ ପରୀକ୍ଷା ଭଲ ହେବା ସହ ଆମ ବିଦ୍ୟାଳୟର ନାମ ରହୁ ବୋଲି ମାଙ୍କ ପାଖରେ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ । ସେହିପରି ପିଲାଙ୍କ ଶୃଙ୍ଖଳିତ ପୂଜା ପାଇଁ ବିଦ୍ୟାଳୟ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ପିଲାଙ୍କର ମଙ୍ଗଳ କାମନା ସହ ଶିକ୍ଷା କ୍ଷେତ୍ରରେ ସମସ୍ତ ଛାତ୍ରଛାତ୍ରୀ ଶିଖର ଛୁଅନ୍ତୁ ବୋଲି ମା ଙ୍କ ପାଖରେ କାମନା କରିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଅନ୍ୟପଟେ ବ୍ରାହ୍ମଣ ମନ୍ତ୍ରଧ୍ବନି ସହ ମାଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ମାଙ୍କ ର ଆଶିର୍ବାଦ ପାଇଁ ସମସ୍ତେ ପରମାନନ୍ଦ ଲାଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.