ଅମୃତ ପ୍ରାଣଙ୍କ ଉଦ୍ଦେଶ୍ୟରେ ସଙ୍ଗମରେ ସନ୍ଧ୍ୟା ଆଳତୀ - ଅମୃତ ପ୍ରାଣଙ୍କ ଉଦ୍ଦେଶ୍ୟରେ ଶୋକ ସଭା

🎬 Watch Now: Feature Video

thumbnail

By

Published : Jun 5, 2023, 7:28 AM IST

ସୁବର୍ଣ୍ଣପୁର: ଗତକାଲି ପାଳିତ ହୋଇଯାଇଛି ସନ୍ଧ୍ୟା ଆଳତୀ । ଅଲୌକିକ, ଅମୃତମୟ, ଆକର୍ଷଣୀୟ, ଅବର୍ଣ୍ଣନୀୟ ଥିଲା ଏହି ଦୃଶ୍ୟ । ଆଜକୁ 10 ବର୍ଷରୁ ଅଧିକ ହେଲା ସହରର ମହାନଦୀ, ତେଲନଦୀ ଓ କର୍ପୂର ନଦୀର ତ୍ରିବେଣୀ ସଙ୍ଗମରେ ପ୍ରତିଟି ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇ ଆସୁଛି ସନ୍ଧ୍ୟା ଆଳତୀ । ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ବାଲେଶ୍ୱର ରେଳ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଅମୃତ ଆତ୍ମାଙ୍କ ସଦଗତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି ଗତକାଲିର ଏହି ସଙ୍ଗମ ଆଳତୀ । ଏଥିସହ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ପ୍ରିୟଜନଙ୍କୁ ହରାଇଥିବା ପରିବାର ବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଓ ଶକ୍ତି ଦେବାକୁ ପ୍ରାର୍ଥନା କରାଯାଇଛି ।  

ଏହା ବି ପଢ଼ନ୍ତୁ :AIIMSରେ ସଂରକ୍ଷିତ ଶତାଧିକ ମୃତଦେହ: 15ଟି ଚିହ୍ନଟ କଲେ ସମ୍ପର୍କୀୟ

ପ୍ରତିଟି ପୂର୍ଣ୍ଣମୀ ପରି ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆରମ୍ଭ ହୋଇଥିଲା ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମ । ପ୍ରଥମେ ପୁରୋହିତ ଚିରସ୍ରୋତା ମହାନଦୀ, ତେଲନଦୀ ଓ କର୍ପୂର ନଦୀ ଉଦ୍ଦେଶ୍ୟରେ ପୂଜା ଆରାଧନା କରିଥିଲେ । ପରେପରେ ଧୂପ ଆରତୀ , କର୍ପୂର ଆଳତୀ ଓ ଅନ୍ତିମରେ ପୂର୍ଣ୍ଣିମାର ସନ୍ଧ୍ୟା  ଆଳତୀ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ରାମେଶ୍ୱରସ୍ଥିତ ତ୍ରିବେଣୀ ସଙ୍ଗମରେ ଆୟୋଜିତ ଗତକାଲିର ଏହି ସନ୍ଧ୍ୟା  ଆଳତୀରେ ଜିଲ୍ଲାର ନୂତନ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇଥିଲେ । ସଙ୍ଗମ  ଆଳତୀ କମିଟି ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଆଖି ବୁଜିଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଶୋକ ସଭା କରାଯାଇଥିଲା । 

ଏହା ବି ପଢ଼ନ୍ତୁ: Train Accident: 51 ଘଣ୍ଟା ପରେ ଚାଲିଲା ଟ୍ରେନ, ପରୀକ୍ଷାମୂଳକ ଭାବେ ଗଡିଲା ମାଲଗାଡି

ତେବେ ପ୍ରତି ପୂର୍ଣ୍ଣିମା ଭଳି ଗତକାଲି ମଧ୍ୟ ଉପସ୍ଥିତ ଶ୍ରଦ୍ଧାଳୁ ଉତ୍କଳର ଜୀବନ ରେଖା ଭାବେ ପରିଚିତ ଚିରସ୍ରୋତା ମହାନଦୀର ସ୍ୱଚ୍ଛ ଓ ନିର୍ମଳ ବାରିଧାରା ବଜାୟ ରଖିବା ପାଇଁ ଶପଥ ନେଇଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପାଳ ସଙ୍ଗମ ଆରତୀ କମିଟିର ଏପରି ଏକ ନିଆରା ଆୟୋଜନ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ପର୍ବର ଶେଷରେ ସଙ୍ଗମ ଆଳତୀ କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ରେଳ ଦୁର୍ଘଟଣାରେ ପିୟଜନଙ୍କୁ ହରାଇଥିବା ପରିବାର ବର୍ଗ ଓ ଆହତଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ଅନୁରୋଧ କରାଯିବା ସହିତ ଏହି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା ।
 

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.