ମଣ୍ଡପରେ ଚୁଡ଼ି ଓ ପରୀ ମହଲରେ ମା’ ଦୁର୍ଗା: ସନ୍ଧି ପୂଜା କରି ପରିବାରର ମଙ୍ଗଳ ମନାସୁଛନ୍ତି ମହିଳା

🎬 Watch Now: Feature Video

thumbnail

ଭୁବନେଶ୍ବର: ସତ୍ୟନଗର ପୂଜା ମଣ୍ଡପରେ ଚୁଡ଼ି ମହଲ ଓ ପରୀ ମହଲରେ ପୂଜା ପାଉଛନ୍ତି ମା’ ଜଗତଜନନୀ । ୪୫ ବର୍ଷର ଏହି ପୂଜା ମଣ୍ଡପରେ ସବୁଥର ନିଆରା ଥିମର ତୋରଣ କରାଯାଉଥିବା ବେଳେ ଚଳିତବର୍ଷ ୧୩ ହଜାର ଚୁଡ଼ି ବ୍ୟବହାର କରି ତୋରଣ କରାଯାଇଛି । ଯେଉଁଥିରେ ମା‘ଙ୍କ ଆଗମନରେ ଚୁଡ଼ି ଓ ସିନ୍ଦୂରର ମହତ୍ତ୍ବ ଦର୍ଶାଯାଇଛି । ଆଉ ଭିତରେ ପରି ମହଲରେ କାଚର ମୁକୁଟ ସହ ଶୋଭାପାଉଛନ୍ତି ମା’ । ଆଜି ମହାଷ୍ଟମୀ ଥିବାରୁ ସଧବା ନାରୀ ମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ସହ ସନ୍ତାନର ମଙ୍ଗଳ କାମନା କରି ସନ୍ଧି ପୂଜା କରୁଛନ୍ତି । ମହାଷ୍ଟମୀରେ ମହାମାୟୀଙ୍କ ପୂଜାକରି ସଧବା ନାରୀ ସନ୍ଧି ପୂଜାର ବ୍ରତ ପାଳିଥିବା ବେଳେ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ପୂଜା ମଣ୍ଡପ । ମା’ଙ୍କୁ ଦେଖିବା ପାଇଁ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେଉଛି । ସେହିପରି ସମ୍ପୂର୍ଣ୍ଣ ରୀତିନୀତିରେ ମା’ଙ୍କୁ ପୂଜା କରାଯାଉଥିବା କହିଛନ୍ତି ମଣ୍ଡପ କର୍ମକର୍ତ୍ତା । 

ଏହା ମଧ୍ୟ ପଢନ୍ତୁ..ଶାରଦୀୟ ଦୁର୍ଗୋତ୍ସବ: ବାଙ୍କୀ ମୁହାଣ ରାମଚଣ୍ଡୀ ମନ୍ଦିରରେ ମହାନବମୀ ପୂଜା

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.