ଦାନ୍ତେୱାଡାରେ ନକ୍ସଲ ଆକ୍ରମଣ ଘଟଣା, ଶହୀଦ ଯବାନଙ୍କୁ ବାଲୁକାକଳାରେ ଶ୍ରଦ୍ଧାଞ୍ଜଳି - ଜିଲ୍ଲା ରିଜର୍ଭ ଗାର୍ଡ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18361432-thumbnail-16x9-zgf.jpg)
ପୁରୀ: ଛତିଶଗଡ ଦାନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କୁ ନେଇ ସାରା ଦେଶ ସ୍ତବ୍ଧ। ଏଭଳି ବର୍ବରୋଚିତ ଆକ୍ରମଣକୁ ସାଧାରଣ ରେ କଡ଼ା ନିନ୍ଦା କରାଯାଇଛି। ଏନେଇ ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଶହୀଦ ଯବାନଙ୍କୁ। ଏହି ଅବସରରେ ସେ ପୁରୀ ନିଳାଦ୍ରୀ ବିଚରେ ଏକ ବାଲୁକା ଚିତ୍ରକଳା କରି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ପ୍ରକାଶ ଥାଉକି, ଛତିଶଗଡରେ ଦାନ୍ତେଓ୍ବାଡାରେ ନକ୍ସଲ ଆକ୍ରମଣରେ ୧୦ ଯବାନ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଯବାନମାନେ ଛତିଶଗଡ ଜିଲ୍ଲା ରିଜର୍ଭ ଗାର୍ଡ (DRG)ର ଯବାନ ଓ ସେମାନେ ଏକ କମ୍ବିଂ ଅପରେସନରେ ବାହାରି ଥିବା ବେଳେ ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଥିଲା । ଦାନ୍ତେଓ୍ବାଡା ଆରନପୁର ଏରିଆରେ ଯବାନଙ୍କୁ ନେଇ ଯାଉଥିବା ଗାଡିଟି ନକ୍ସଲଙ୍କ IED ବିସ୍ଫୋରଣ ଶିକାର ହୋଇଥିଲା । ଏଥିରେ ୧୦ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।
ଇଟିଭି ଭାରତ, ପୁରୀ