ପାକିସ୍ତାନ ବିପକ୍ଷ ବିଜୟ ପରେ ବାଲୁକା କଳାରେ ବଧେଇ ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ, ଲେଖିଲେ ଟିମ୍ BHARAT

By ETV Bharat Odisha Team

Published : Sep 12, 2023, 12:42 PM IST

thumbnail

ପୁରୀ: ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଏସିଆ କପ ସୁପର 4 ରାଉଣ୍ଡରେ ଭାରତ 228ରନର ବିଶାଳ ବିଜୟ ହାସଲ କରିଛିସ । ଏହା ପରେ ସବୁଠି ଉତ୍ସାହ । ଭାରତୀୟ ଦଳର ଏହି ବିରାଟ ବିଜୟ ପରେ ବିଭିନ୍ନ ମହଲକୁ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତୀୟ କ୍ରିକେଟ ଦଳର ବିଜୟ ପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକାକଳା ଜରିଆରେ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ। ଏଥି ସହିତ ବିରାଟ କୋହିଲି ,କେ ରାହୁଲ ଓ ସମଗ୍ର ଟିମକୁ ଶୁଭକାମନା ଜଣାଇଛନ୍ତି ।  ବାଲୁକା କଳାରେ ପ୍ରାୟ ୧୩ଫୁଟ ଲମ୍ବର ଏକ ବ୍ଯାଟ ପ୍ରଦର୍ଶନ କରାଯାଇଛି । ଏହାକୁ ଅଧିକ ଅଧିକ ଆକର୍ଷଣୀୟ କରିବା ପାଇଁ ଷ୍ଟିଲ ବାଉଲ ଓ ପ୍ଲେଟକୁ ବିଭିନ୍ନ ରଙ୍ଗରେ ପ୍ରସ୍ତୁତ କରି  ବ୍ଯବହାର କରାଯାଇଛି । ଜୟ ହୋ ସହିତ 'ଟିମ୍ ଭାରତ' ଲେଖା ହୋଇଛି । ଆଉ ଏହି ବାଲୁକାକୃତିକୁ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ଯଟକଙ୍କ ଗହଳି ଜମିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.