ଆଜି ସମ୍ବଲପୁର ଦିନ, ଝାରସୁଗୁଡାରେ ଶୋଭାଯାତ୍ରା

By

Published : Aug 1, 2023, 1:03 PM IST

thumbnail

ଝାରସୁଗୁଡା:  ଆଜି ହେଉଛି ସମ୍ବଲପୁରୀ ଦିନ । ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସ୍ମୃତିରେ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଉଛି । ଏହି ଅବସରରେ ଝାରସୁଗୁଡା ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ବେହେରାମାଲର  ସିଦ୍ଧେଶ୍ବର ମନ୍ଦିରରୁ ନବ ଦାସ ଅଡିଟୋରିୟମ ଯାଏଁ ଶୋଭାଯାତ୍ରା ବାହାର କରାଯାଇଛି । ସେହିପରି ସମ୍ବଲପୁରୀ ଗୀତ ଓ ବାଦ୍ୟ ତାଳେ ତାଳେ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଶୋଭା ଯାତ୍ରାରେ ଭାଗ ନେଇଥିଲେ । ସେହିପରି ଏହି ଶୋଭାଯାତ୍ରାରେ  ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଯୋଗ ଦେଇଥିଲେ । ଆଜି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ପରିଧାନ କରିବେ ସମ୍ବଲପୁରୀ ବସ୍ତ୍ର । ସୁବର୍ଣ୍ଣପୁର ଜନ୍ମିତ ଗୁରୁ ବହିଦାରଙ୍କୁ ସମ୍ବଲୁପରୀ ଭାଷା ସାହିତ୍ୟର ଗୁରୁ ବୋଲି କୁହାଯାଏ । ସେ ସମ୍ବଲପୁରୀ ଭାଷାରେ ଲେଖିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଥିଲେ । ସମ୍ବଲପୁରୀ କଳାସଂସ୍କୃତିର ପ୍ରଚାରପ୍ରସାରରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ସ୍ମୃତିରେ ଆଜି ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ଦିନ ପାଳନ କରାଯାଉଛି । 

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.