thumbnail

World Cup 2023: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ଦେଖିଲେ ଡେଭିଡ ବେକହାମ, ଗ୍ରାଉଣ୍ଡ ଭିତରେ ଖେଳିଲେ ଫୁଟବଲ

By ETV Bharat Odisha Team

Published : Nov 16, 2023, 8:00 AM IST

ମୁମ୍ବାଇ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ଅତିଥି ଭାବେ ସାମିଲ ହୋଇଥିଲେ ଇଂଲଣ୍ଡର ଫୁଟବଲ ଖେଳାଳି ତଥା ୟୁନିସେଫର ଆମ୍ବାସଟର ଡେଭିଡ ବେକହାମ । ଷ୍ଡାଡିୟମରେ ପହଞ୍ଚିବା ପରେ ସଚିତନ ତେନ୍ଦୁଲକରଙ୍କୁ ସାକ୍ଷାତ କରିବା ସହ କ୍ରିକେଟ ଖେଳିଥିଲେ ଡେଭିଡ । ଏଥିସହ ଗ୍ରାଉଣ୍ଡ ଭିତରେ ଡେଭିଡ  ଫୁଟବଲ ମଧ୍ୟ ଖେଳିଥିଲେ । ଯାହାର ମଜା ଉଟାଇଥିଲେ ଉପସ୍ଥିତ ଦର୍ଶକ । ତାଙ୍କର ଉପସ୍ଥିତି ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା । ଗ୍ରାଉଣ୍ଡ ଭିତରେ ସେ ଭାରତୀୟ ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ବିଶ୍ବକପ ପାଇଁ ୟୁନିସେଫ ଓ ଆଇସିସି ବୈଷୟିକ ଭାଗିଦାରି ଭାବେ ହାତ ମିଳାଇଥିବାରୁ ଡେଭିଡ ବେକହାମ ଗତକାଲିରେ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ ଓ ମ୍ୟାଚକୁ ଉପଭୋଗ କରିଥିଲେ । ସେମିଫାଇନାଲ ମ୍ୟାଚରେ ଭାରତ 70 ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । 

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍‌ ୨୦୨୩: ବୋଲରଙ୍କୁ ପାଣି ପିଆଇଲେ କିୱି ବ୍ୟାଟର, ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଲେ ଶାମି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.