thumbnail

By

Published : May 19, 2023, 12:35 PM IST

ETV Bharat / Videos

ସାବିତ୍ରୀ ବ୍ରତ: ସ୍ବାମୀଙ୍କ ଶୁଭମନାସି ଦେବାଳୟରେ ବ୍ରତଧାରୀଙ୍କ ପୂଜାର୍ଚ୍ଚନା

ଖୋର୍ଦ୍ଧା: ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ଦେବାଳୟ । ସ୍ବାମୀଙ୍କ ଶୁଭମନାସି ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସ୍ତ୍ରୀ । ସକାଳୁ ସକାଳୁ ବିଭିନ୍ନ ମନ୍ଦିରେ ପତିଙ୍କର ଦୀର୍ଘ ଜୀବନ କାମନା କରି ପୂଜା କରିଛନ୍ତି । ନୂଆ ଶାଢ଼ୀ,ଶଙ୍ଖା, ସିନ୍ଦୁର ସହ ବିଭିନ୍ନ ପ୍ରକାର ଫଳ ପୂଜା କରି ସ୍ବାମୀର ଦୀର୍ଘ ଜୀବନ କାମନା କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମନ୍ଦିରରେ ମଧ୍ୟ ସାବିତ୍ରୀ ବ୍ରତଧାରୀ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ପୌରାଣିକ ମତ ଅନୁଯାୟୀ ମହାସତୀ ସାବିତ୍ରୀ ନିଜ ନିଷ୍ଠା ଭକ୍ତି ବଳରେ ସ୍ବାମୀ ସତ୍ୟବାନଙ୍କ ଜୀବନ ଯମଙ୍କ ଠାରୁ ଛଡାଇ ଆଣିଥିଲେ । ସେହି ଦିନଠୁ ସାବିତ୍ରୀ ବ୍ରତ ପାଳନ ହୋଇ ଆସୁଛି । ଜ୍ୟେଷ୍ଠ ଅମାବାସ୍ୟାକୁ ସାବିତ୍ରୀ ବ୍ରତ ଭାବେ ପାଳନ କରାଯାଏ । ଏଥିପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବ ମୁଖର ହୋଇଛି । ସଧବା ମହିଳାମାନେ ଚଉଁରା ମୂଳେ ଓ ଠାକୁର ଘରେ ପୂଜା କରି ସାବିତ୍ରୀ ପୁରାଣ ପାଠ କରିବାର ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.