ସିଏମସିରେ ଦୁର୍ନୀତି ଅଭିଯୋଗ, କାଉନସିଲ ବୈଠକରେ ବିରୋଧୀଙ୍କ ହଟ୍ଟଗୋଳ

By

Published : Jul 31, 2023, 5:33 PM IST

thumbnail

କଟକ: ସିଏମସି 15ତମ କାଉନସିଲ ବୈଠକରେ ତୁମ୍ବୀ ତୋଫାନ। ଜୋରଦାର ନାରାବାଜି ସହ ଧାରଣାରେ ବସିଲେ ବିରୋଧୀ କର୍ପୋରେଟର । ଏକ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥାକୁ କାର୍ଯ୍ୟ ନିର୍ଦ୍ଦେଶ ଦିଆଯିବାକୁ ନେଇ ବିରୋଧୀ କର୍ପୋରେଟର ମାନେ ବୈଠକରେ ହୋହଲ୍ଲା କରିଛନ୍ତି । ଗତ କାଉନସିଲ ବୈଠକରେ ମଧ୍ୟ ସମାନ ଢଙ୍ଗରେ ଉକ୍ତ ସଂସ୍ଥା ଟେଣ୍ଡର ପାଇବା ଉପରେ ନାରାବାଜି କରିଥିଲେ ବିରୋଧୀ । ତେବେ ଏହି ଦିଗରେ ଏଯାବତ ସିଏମସି କୌଣସି ପଦକ୍ଷେପ ଗ୍ରହଣ ନକରି ନଥିବାରୁ ପୁଣି ଆଜି ଏହି ସଂସ୍ଥା ବିରୋଧରେ ଗର୍ଜିଛନ୍ତି । ବିରୋଧୀଙ୍କ କହିବାନୁଯାୟୀ, ସିଏମସିରେ ଜଣେ ଅଧିକାରୀ କାର୍ଯ୍ୟରତ ରହି ବେଆଇନ ଭାବରେ ନିଜ ପରିବାରର ଘରୋଇ ସଂସ୍ଥାକୁ କିପରି ଟେଣ୍ଡର ଆଲର୍ଟ ହେଉଛି ? ଏନେଇ ଗତ ବୈଠକରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଉକ୍ତ ସଂସ୍ଥାକୁ ଦିଆଯାଇଥିବା କାର୍ଯ୍ୟ ସ୍ଥଗିତ ରଖିବା ପାଇଁ  ସିଏମସି କମିଶନର ଓ ମେୟର ଏକ ରୁଲିଂ ଦେଇଥିଲେ । ହେଲେ ତାହା କେବଳ କାଗଜ କଲମରେ ରହିଛି । ବର୍ତ୍ତମାନ ଏହି ସଂସ୍ଥାକୁ କାମ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ବିରୋଧୀ କର୍ପୋରେଟର । 

ତେବେ ସିଏମସିରେ ବ୍ୟାପକ ଦୁର୍ନୀତି ହେଉଥିବା କର୍ପୋରେଟର ଅଭିଯୋଗ କରିଛନ୍ତି । ନେତାଜୀ ବସ୍‌ ଟର୍ମିନାଲରେ ଆହାର କେନ୍ଦ୍ର ନିର୍ମାଣ ନାଁରେ 5 କୋଟି ଟଙ୍କା ଖର୍ଚ୍ଚ ଦେଖାଇ ସିଏମସି ଦୁର୍ନୀତିର ଗନ୍ତାଘର ପାଲଟି ଥିବା ଅଭିଯୋଗ କରିଛନ୍ତି କର୍ପୋରେଟର । ଅନ୍ୟପଟେ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିବା ବିରୋଧୀଙ୍କ ଅଧିକାର ରହିଛି ବୋଲି କହିଛନ୍ତି ମେୟର । କଟକର ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଯେତିକି ଟଙ୍କା ଆୟବ୍ୟୟ ହେଉଛି ତାହା ସରକାରଙ୍କୁ ମଧ୍ୟ ଅବଗତ କରଯାଉଛି । ତେଣୁ ଏଥିରେ କୌଣସି ପକ୍ଷପାତିତା ନାହିଁ । ତେଣୁ ସିଏମସି କଟକକୁ ନୂଆ ରୂପ ଦେବା ପାଇଁ ତତ୍ପର ଅଛି ବୋଲି କହିଛନ୍ତି ମେୟର ସୁବାଷ ସିଂ ।

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.