Watch video: ହଠାତ ପାହାଡରୁ ଖସିଲା ପଥର, ଡେଇଁପଡି ବଞ୍ଚିଗଲେ ବୁଲଡୋଜର ଡ୍ରାଇଭର

By

Published : Jul 17, 2023, 10:02 PM IST

thumbnail

ଶିମଲା: ହିମାଚଳ ପ୍ରଦେଶର ମାଣ୍ଡିରେ ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥରେ ପଥର ହଟାଯାଉଥିବା ବେଳେ ଏକ ବଡ ଅଘଟଣ ଘଟିଛି । ରାସ୍ତା ସେଫଇ କାର୍ଯ୍ୟରେ ଏକ ବୁଲଡୋଜର ନିୟୋଜିତ ହୋଇଥିବା ବେଳେ ହଠାତ ଖସି ଥିଲା ଏକ ବିଶାଳ ପଥର ଖଣ୍ଡ । ଏପରିକି ଏହି ବିଶାଳ ପଥରଖଣ୍ଡ ସିଧା ବୁଲଡୋଜରକୁ ଚାପି ଦେଇଥିଲା । ହେଲେ ଏହାକୁ ଚଳାଉଥିବା ଡ୍ରାଇଭର ସାହାସିକତା ଓ ଉପସ୍ଥିତ ବୁଦ୍ଧି ଖଟାଇ ବୁଲଡୋଜରରୁ ଡେଇଁପଡି ଅଳ୍ପେକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ଏହା ମଧ୍ଯ ପଢନ୍ତୁ:-Kullu Cloud Burst: କୁଲ୍ଲୁରେ ଫାଟିଲା ବାଦଲ, ଜଣେ ମୃତ ଭାସିଗଲା ଗାଡିମୋଟର

ଆଜି ଅପରାହ୍ନରେ ରାସ୍ତା ସଫେଇ ଜାରି ରହିିଥିବା ବେଳେ ଏହି ଅଘଟଣ ଘଟିଛି । ନିକଟରେ ଲଗାଣ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନରେ ଏକାଧିକ ରାସ୍ତାଘାଟ ପୋଲ ଓ ହଜାର ହଜାର ସଂଖ୍ୟାରେ ଘର ଭାଙ୍ଗି ଯାଇଛି । ଏବେ ରାଜ୍ୟରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.