ETV Bharat / state

ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ, ଆସିଲା ଚାଞ୍ଚଲ୍ୟକର ତଥ୍ୟ - BJP WORKER DEATH

ଦୁଇ ବିଜେପି କର୍ମୀ ମୃତ୍ୟୁ ଘଟଣାରେ ନୂଆମୋଡ । ଜାଣିଶୁଣି ଡ୍ରାଇଭର କାରକୁ ଧକ୍କା ଦେଇଥିଲା । ସେପଟେ ସଙ୍ଗୀନ ଅଭିଯୋଗ ଆଣିଲେ ସମ୍ବଲପୁର ବିଧାୟକ ।

ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା
ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା (ETV Bharat Odisha)
author img

By ETV Bharat Odisha Team

Published : Jan 6, 2025, 7:20 PM IST

ସମ୍ବଲପୁର: କାର ଦୁର୍ଘଟଣାରେ ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ । ଜାଣିଶୁଣି ହାଇୱା ଡ୍ରାଇଭର ଧକ୍କା ଦେଇଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି । ସେପଟେ ହାଇୱା ଡ୍ରାଇଭରକୁ ସୁପାରୀ ଦିଆଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ଗତ ଶନିବାର ବିଳମ୍ବିତ ରାତିରେ ବୁର୍ଲା ଥାନା ଅନ୍ତର୍ଗତ କଣ୍ଟାପାଲି ନିକଟରେ ହାଇୱା ଧକ୍କାରେ ବିଜେପି କର୍ମୀ ଦେବେନ୍ଦ୍ର ନାଏକ ଓ ମୁରଲୀ ଛୁରିଆଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ଦୁର୍ଘଟଣା ପଛରେ ଷଡଯନ୍ତ୍ର ଗନ୍ଧ ବାରିଥିଲେ ପରିବାରଲୋକେ ।

‘ଏହା ସମ୍ପୂର୍ଣ୍ଣ ରୂପେ ହତ୍ୟାକାଣ୍ଡ’

ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା (ETV Bharat Odisha)

ସମ୍ବଲପୁରର 2 ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଚାଞ୍ଚଲ୍ୟକର ବୟାନ l ଆଜି(ସୋମବାର) ସେ ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଏହା ଏକ ସମ୍ପୂର୍ଣ୍ଣ ରୂପେ ହତ୍ୟାକାଣ୍ଡ ଅଟେ, ନହେଲେ କେହି ଗୋଟିଏ ଗାଡିକୁ ତିନି ତିନି ଥର ଧକ୍କା ଦିଏ ନାହିଁ l ବର୍ତ୍ତମାନ ହତ୍ୟାର କାରଣ ଜଣାପଡିନି, ହତ୍ୟାର କାରଣ ଜଣା ପଡିଲେ ଲୋକଲୋଚନକୁ ଆସିବ l ମୋର ଯାହା ସନ୍ଦେହ ସେ ଅନ୍ୟ କାହାକୁ ମାରିବାକୁ ସୁପାରୀ ନେଇଥିଲା ଆଉ ଭୁଲ ବଶତଃ ସେ ଏମାନଙ୍କୁ ମାରି ଦେଇଛି l ପୋଲିସ ଭଲଭାବେ ଏହାର ତଦନ୍ତ କରୁଛି ଆଉ ପୋଲିସ ହିଁ ଏହା ଏକ ହତ୍ୟାକାଣ୍ଡ ବୋଲି ବାହାର କରିଛି l"

ବିଜେପି ନେତାଙ୍କ ଦୁର୍ଘଟଣା
ବିଜେପି ନେତାଙ୍କ ଦୁର୍ଘଟଣା (ETV Bharat Odisha)

ଜାଣିଶୁଣି ଧକ୍କା ଦେଇଛି ହାଇୱା ଡ୍ରାଇଭର: ପୋଲିସ

ଅନ୍ୟପଟେ ପୋଲିସର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ l ସେ କହିଛନ୍ତି, "ପୋଲିସର ତଦନ୍ତରେ ଏହା ଆସିଲା କି ଜାଣିଶୁଣି ଧକ୍କା ଦେଇଛି ହାଇୱା ଡ୍ରାଇଭର, ଆମେ ମର୍ଡର କେସ ରେଜିଷ୍ଟ୍ରର କରୁଛୁ ଆଉ ଏବେ ତଦନ୍ତ କରୁଛୁ l ଅଭିଯୁକ୍ତ ହେପାଜତରେ ଅଛି l ଆମେ ତାଙ୍କୁ ରିମାଣ୍ଡରେ ମଧ୍ୟ ଆଣିବୁ l ରିମାଣ୍ଡରେ ତାଙ୍କୁ ଆଣିକି ଏହା ତଦନ୍ତ କରିବୁ କି ତାଙ୍କର ଉଦ୍ଦେଶ୍ୟ କଣ ଥିଲା l କିନ୍ତୁ ବର୍ତ୍ତମାନ ମର୍ଡର କେସ ରେଜିଷ୍ଟ୍ରର କରିଛୁ କାହିଁକି ସେ 2 ଥର ଧକ୍କା ଦେଇଛି, ବାକି ତଦନ୍ତ ଆଗକୁ ଚାଲିବ l ଏହି ଘଟଣାରେ ଆମେ ସବୁ ପକ୍ଷରୁ ତଦନ୍ତ କରିବୁ l ଆମେ ତାଙ୍କ ପରିବାର ଲୋକଙ୍କୁ ନିଶ୍ଚିତ କରେଇବୁ କି ଆମେ ଆଇନଗତ ଭାବେ ସ୍ୱଚ୍ଛ ଓ ବିଜ୍ଞାନର ସହାୟତା ନେଇ ନିରପେକ୍ଷ ତଦନ୍ତ କରିବୁ l’

ଏହା ମଧ୍ୟ ପଢନ୍ତୁ:

ଦୁର୍ଘଟଣାରେ ୨ ବିଜେପି ନେତା ମୃତ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ପାଣିକୋଇଲି ଗୁଳିକାଣ୍ଡ ଘଟଣା STFର ତଦନ୍ତ ଆରମ୍ଭ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଡବାଗ ବିସ୍ଫୋରଣ, ଭଗ୍ନାବଶେଷ ତଳୁ ରହସ୍ୟ ଖୋଜୁଛି ସାଇଣ୍ଟିଫିକ ଟିମ୍

ଗତକାଲି ମୃତକଙ୍କ ପରିବାରକୁ ଭେଟିଥିଲେ ଧର୍ମେନ୍ଦ୍ର ପ୍ରଧାନ:

ଗତାକଲି ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ତେବେ ଗତକାଲି ମୃତକଙ୍କ ପରିବାର ଏହା ଦୁର୍ଘଟଣା ନୁହେଁ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ । ଅଭିଯୋଗକୁ ଆଧାରରେ ତଦନ୍ତ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.