ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ, ଟଙ୍କା ଗହଣା ଧରି ମାରିଲେ ଛୁ - ବାଲେଶ୍ଵରରେ ମାତିଲେଣି ଲୁଟେରା
🎬 Watch Now: Feature Video
ବାଲେଶ୍ଵର: ବାଲେଶ୍ଵରରେ ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ୍ ଲୁଟ୍ । ଗ୍ରାହକ ବେଶରେ ଆସି ବ୍ୟାଙ୍କ ଲୁଟିନେଲେ ଲୁଟେରା । ସୁଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା 57 ନମ୍ବର ରାଜ ରାଜପଥ ଚନ୍ଦନେଶ୍ଵର ୟୁନିୟନ ବ୍ୟାଙ୍କରେ 6 ରୁ 7 ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ଆସି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । କିଛି ସମୟ ବସିବା ପରେ ବାହାରେ ଥିବା କିଛି ଦୁର୍ବୃତ୍ତ ବାହାର ପଟୁ ବ୍ୟାଙ୍କ ସଟର ବନ୍ଦ କରିବା ପରେ ଭିତରେ ଥିବା ଲୁଟେରାମାନେ ମ୍ୟାନେଜର ଓ ଗ୍ରାହକମାନଙ୍କୁ ବନ୍ଧୁକ ଓ ଛୁରା ଦେଖାଇ ଭୟଭୀତ କରିଥିଲେ । ଏହାସହ ସହିତ ଗ୍ରାହକଙ୍କ ପାଖରେ ଥିବା ଟଙ୍କା ଏବଂ ବ୍ୟାଙ୍କରେ ଜମା ଥିବା ଲୋକଙ୍କ ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଥିଲେ । ଘଟଣାସ୍ଥଳରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍, SP ସାଗରିକା ନାଥ, ଜଳେଶ୍ଵର SDPO, ତାଳସାରୀ ମେରାଇନ୍ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଇଟିଭି ଭାରତ, ବାଲେଶ୍ଵର