thumbnail

By

Published : Jul 14, 2023, 6:43 PM IST

ETV Bharat / Videos

Chandrayaan-3 Mission: ଚନ୍ଦ୍ରଯାନ-3 ଲଞ୍ଚିଂ, ମିଠା ବାଣ୍ଟିଲେ ଋତୁ କରିଧାଲଙ୍କ ପରିବାର

ଲକ୍ଷ୍ନୌ: ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣକୁ ନେଇ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଖୁସିର ମାହୋଲ । ଏହି ମିଶନର ନେତୃତ୍ବ ନେଇଥିବା ଲକ୍ଷ୍ନୌର ମହିଳା ବୈଜ୍ଞାନିକ ଋତୁ କରିଧାଲଙ୍କ ପରିବାର ଏହି ଉତ୍ସବ ପାଳିଛନ୍ତି । ପରିବାର ଓ ପଡ଼ୋଶୀ ମିଠା ଖାଇ ଏହି ଐତିହାସିକ ମୁହୂର୍ତ୍ତକୁ ସେଲିବ୍ରେଟ କରିଛନ୍ତି । ତାଙ୍କ ପରିବାର ସଦସ୍ୟ ଏହି ବଡ଼ ମିଶନର ନେତୃତ୍ବ ନେଉଥିବାରେ ସେ ବେଶ ଗର୍ବ ଅନୁଭବ କରିଥିବା କହିଛନ୍ତି । ଚନ୍ଦ୍ରଯାନ ମିଶନ ଆରମ୍ଭରୁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା କହିଛନ୍ତି । ଋତୁ ସର୍ବଦା ପରିବାରକୁ ସମର୍ଥନ କରିବା ସହିତ ତାଙ୍କ ଦୁଃଖକଷ୍ଟରେ ସାଥିରେ ଠିଆ ହୋଇଥାନ୍ତି । ସେ ବ୍ୟକ୍ତିଗତ ଜୀବନରେ ସଭିଙ୍କ ପ୍ରିୟ ଥିବା ବେଳେ ଆଜି ଏତେ ବଡ଼ ମିଶନର ନେତୃତ୍ବ ନେଇ ସାରା ଦେଶବାସୀଙ୍କୁ ମଧ୍ୟ ଗର୍ବିତ କରାଇଥିବା ସେ କହିଛନ୍ତି ।  

ଏହା ବି ପଢନ୍ତୁ- ଆଜି ଜହ୍ନରାଇଜକୁ ଯିବ ଚନ୍ଦ୍ରଯାନ-3, ଜାଣନ୍ତୁ ଲିଡ୍‌ କରୁଥିବା ରକେଟ ୱିମେନଙ୍କ ବିଷୟରେ

ସୂଚନା ଥାଉ କି ଚନ୍ଦ୍ରଯାନ-3 ମିଶନର ଦାୟିତ୍ବ ଋତୁ କରିଧାଲଙ୍କୁ ଦିଆଯାଇଛି । ସେ ରକେଟ ମହିଳା ଭାବେ ବେଶ ପରିଚିତ । ଆଜି ଏହି ଐତିହାସିକ ପ୍ରକଳ୍ପର ନେତୃତ୍ବ ନେଇ ସାରା ଭାରତୀୟଙ୍କ ସମେତ ମହିଳାଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି । । ମଙ୍ଗଳଯାନ ମିଶନରେ ନିଜର ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି ଋତୁ । ଏବେ ଆଉ ଏକ କିର୍ତ୍ତୀମାନ ସ୍ଥାପନ କରିବାକୁ ଯାଉଛନ୍ତି । ଚନ୍ଦ୍ରଯାନ-3 ମିଶନ ସହିତ ଏକ ନୂଆ ଉଡାଣ ଭରିବାକୁ ଯାଉଛନ୍ତି ରକେଟ ୱିମେନ ଋତୁ କରିଧାଲ । ମଙ୍ଗଳଯାନ ମିଶନରେ ଋତୁ ଡେପୁଟି ଅପରେସନ ଡାଇରେକ୍ଟର ଦାୟିତ୍ବ ତୁଲାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.