ପେନସନ ଦାବିରେ ଧାରଣାରେ ବସିଲେ ଅବସରପ୍ରାପ୍ତ ଶିକ୍ଷକ

By ETV Bharat Odisha Team

Published : Nov 20, 2023, 6:12 PM IST

thumbnail

କେନ୍ଦୁଝର: ଅବସରପ୍ରାପ୍ତ ଶିକ୍ଷକଙ୍କ ଧାରଣା । ପେନସନ ପାଇଁ ଜୀବନର ଶେଷ ସୋପାନରେ ଧାରଣା ଦେଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରିୀ । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କିଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ଯୋଗୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ଅବସରପ୍ରାପ୍ତ ଶିକ୍ଷକ । ଏନେଇ ୫ ଦଫା ଦାବିରେ ଅନିର୍ଦ୍ଦିଷ୍ଟକାଳ ଯାଏଁ ଧାରଣା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘର କାର୍ଯ୍ୟକର୍ତ୍ତା । ସଂଘର ମୁଖ୍ୟ ଦାବି ହେଲା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବଦଳି, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ତୁରନ୍ତ ପେନସନ ପ୍ରଦାନ, ଯଥା ସମୟରେ ଜି.ଆଇ.ଏସ ପ୍ରଦାନ ସହ ଦରମା ପୁନଃ ନିର୍ଦ୍ଧାରଣ ଏବଂ ଅତିଥି ଶିକ୍ଷକଙ୍କ ନିଯୁକ୍ତିକୁ ତ୍ଵରାନିତ କରିବା । 

ଏହା ବି ପଢନ୍ତୁ...ନିଆଳି ବ୍ଲକ ସମ୍ମୁଖରେ ଏସଏଚଜି ମହିଳାଙ୍କ ଧାରଣା, ଆଲୋଚନା ପରେ ହଟିଲେ ଆନ୍ଦୋଳନକାରୀ

ଏହି ଦାବି ଗୁଡ଼ିକ ଯଥାଶୀଘ୍ର ପୂରଣ ନହେଲେ ଧାରଣା ବଳବତ୍ତର ରହିବ ବୋଲି ସଂଘ ଚେତାବନୀ ଦେଇଛି । ଶିଶୁର ଦ୍ୱିତୀୟ ପରିବାର ହେଉଛି ବିଦ୍ୟାଳୟ। ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ନିଜକୁ ଶିଶୁର ଶିକ୍ଷାଦାନ ପାଇଁ ସମସ୍ତ ଚେଷ୍ଟା କରି ସମାଜରେ ଏକ ଭଲ ମଣିଷ କରି ଛାତ୍ରଛାତ୍ରୀଙ୍କୁ ଗଢି ତୋଳିଥାନ୍ତି । ଅବସର ପରେ ପେନସନ ତାଙ୍କ ଜୀବନର ଶେଷ ସାହାରା ହୋଇଥାଏ । ଯେଉଁଥିରୁ ସେମାନେ ବଞ୍ଚିତ ଥିବାରୁ ଧାରଣାକୁ ଓହ୍ଲାଇଛନ୍ତି ।


ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.