OJEE ରେଜଲ୍ଟ: ଫିଲ୍ମ ଏଡିଟିଂରେ ଅନୁଗୋଳ ଝିଅ ଟପ୍ପର - OJEE success story
🎬 Watch Now: Feature Video
ଅନୁଗୋଳ: ଫିଲ୍ମ ଏଡିଟିଂରେ ରାଜ୍ୟରେ ପ୍ରଥମ ହୋଇଛନ୍ତି ଅନୁଗୋଳ ଝିଅ । ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ଫିଲ୍ମ ଏଡିଟିଂ ବିଭାଗରେ ଟପ୍ପର ହୋଇଛନ୍ତି ଅନୁଗୋଳର ସଞ୍ଚାଲି । । ନିଜର କଠିନ ପରିଶ୍ରମ ଯୋଗୁ ତାଙ୍କୁ ମିଳିଛି ଏହି ସଫଳତା । ଅନୁଗୋଳ ସହରର ପର୍ଶ୍ଵ ତୁରଙ୍ଗରେ ସଞ୍ଚାଲି ଗୁପ୍ତାଙ୍କ ଘର । ଶୁକ୍ରବାର ପ୍ରକାଶ ପାଇଥିବା OJEEର B-CAT ଫିଲ୍ମ ଏଡିଟିଂରେ ସଞ୍ଚାଲି ରାଜ୍ୟ ଟପ୍ପର ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ସଞ୍ଚାଲିଙ୍କ ବାପା ସଞ୍ଜୟ କୁମାର ଟାଟା ଷ୍ଟିଲ୍ରେ ଉଚ୍ଚ ପଦବୀରେ ଚାକିରି କରୁଥିବାବେଳେ ମାଆ ରୀତା ଗୁପ୍ତା ଜଣେ ଗୃହିଣୀ । ସଞ୍ଚଲି ଅନୁଗୋଳର ଏକ ଘରୋଇ ସ୍କୁଲ ଲିଟିଲ୍ ହାଟ୍ଟ ଟଡଲର୍ସ ଏକାଡେମୀରେ ପାଠ ପଢ଼ା ଶେଷ କରିଥିବାବେଳେ ଝାଡ଼ଖଣ୍ଡରେ ଯୁକ୍ତ ୨ ଅଧ୍ୟୟନ କରିଥିଲେ । ଦଶମ ପରଠୁ ଫିଲ୍ମ ଏଡ଼ିଟିଂରେ କ୍ୟାରିୟର କରିବାକୁ ସେ ସ୍ଵପ୍ନ ଦେଖିଥିଲେ । ଆଉ ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିଥିଲେ । ଦୈନିକ ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରି ସେ ଏହି ସଫଳତା ପାଇଥିବା କହିଛନ୍ତି । ଏହାସହ ସଫଳତାର ଶ୍ରେୟ ସେ ପିତା, ମାତା ଓ ଗୁରୁଜନମାନଙ୍କୁ ଦେଇଥିବା ବେଳେ ଭିଡିଓ ପ୍ରଡକ୍ସନରେ କାମ କରି ସୁନାମ ଅର୍ଜିବାକୁ ଲକ୍ଷ୍ୟ ରଖିଛନ୍ତି । ଅପରପକ୍ଷେ ଝିଅର ସଫଳତା ପରେ ପରିବାରଲୋକେ ବେଶ ଖୁସି ଥିବା କହିଛନ୍ତି ସଞ୍ଚାଲିଙ୍କ ମାଆ ।
ଇଟିଭି ଭାରତ, ଅନୁଗୋଳ