Maharashtra: ବନ୍ୟାରେ ଫସିଛନ୍ତି ଲୋକେ, ଉଦ୍ଧାରକାର୍ଯ୍ୟରେ NDRF ଓ ବାୟୁସେନା

🎬 Watch Now: Feature Video

thumbnail

By

Published : Jul 22, 2023, 7:58 PM IST

ମୁମ୍ବାଇ: ପଶ୍ଚିମ ଭାରତରେ ଜାରି ରହିଛି ବର୍ଷା । ମହାରାଷ୍ଟ୍ର ଓ ଗୁଜୁରାଟ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ପରେ କିଛି ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ର ୟାବତମାଲରେ ପ୍ରବଳ ବର୍ଷା ହେବା ପରେ ଏକାଧିକ ଗ୍ରାମ ଜଲବନ୍ଦୀ ହୋଇପଡିଛି । ଗ୍ରାମବାସୀ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛନ୍ତି । ସଡକ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା କାରଣରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ବୋଟ ଓ ବାୟୁସେନା ହେଲିକପ୍ଟର ମଧ୍ଯ ନିୟୋଜିତ ହୋଇଛି । ଭାରତୀୟ ବାୟୁସେନାର ଏମଆଇ-17 ହେଲିକପ୍ଟରରେ ପାଣି ଘେରରେ ଫସି ରହିଥିବା ଗ୍ରାମବାସୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।

ଏହା ମଧ୍ୟ ପଢନ୍ତୁ:- Gujarat : ପ୍ରବଳ ବର୍ଷା ପରେ କୃତ୍ରିମ ବନ୍ୟା, ଭାସିଗଲେ ଗାଈ ମଇଁଷି ଓ ଗାଡି ମୋଟର

ମୌସୁମୀ ପ୍ରାରମ୍ଭରେ ଉତ୍ତର ଭାରତରେ ପ୍ରବଳ ବର୍ଷା ପରେ ଏକାଧିକ ରାଜ୍ୟରେ ସ୍ଥିତି ସଙ୍ଗୀନ ହୋଇପଡିଥିଲା । ହିମାଚଳ ପ୍ରଦେଶ ସର୍ବାଧିକ ପ୍ରଭବିତ ହୋଇଥିବା ବେଳେ ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ମଧ୍ୟ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏବେ ପଶ୍ଚିମ ଭାରତରେ ପ୍ରବଳ ବର୍ଷା ଜାରି ରହିଛି । ମହାରାଷ୍ଟ୍ରରେ ଗତ ଦୁଇ ଦିନ ତଳେ ଭୂସ୍ଖଳନ ହୋଇ 16 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.