ETV Bharat / technology

ଜାନୁଆରୀ 1ରୁ ଏହି ସ୍ମାର୍ଟଫୋନରେ ଆଉ ଚାଲିବନି WhatsApp; ତାଲିକାରେ କିଏ ଜାଣନ୍ତୁ - WHATSAPP ENDS SUPPORT ON OLD DEVICE

ହ୍ବାଟ୍ସଆପ୍‌ ଜାନୁଆରୀ 1 ତାରିଖଠାରୁ କିଛି ନିର୍ଦ୍ଦିଷ୍ଟ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ସ୍ଥାୟୀ ଭାବେ ବନ୍ଦ ହୋଇଯିବ । ତେବେ ଏହି ତାଲିକାରେ କେଉଁ ଫୋନ ଯାଞ୍ଚ କରନ୍ତୁ...

WhatsApp to end support on Old device
WhatsApp to end support on Old device (File Photo)
author img

By ETV Bharat Tech Team

Published : 4 hours ago

ହାଇଦ୍ରାବାଦ: ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଭାବେ ହ୍ବାଟ୍ସଆପ୍‌ ବେଶ ଲୋକପ୍ରିୟତା ଅର୍ଜନ କରିଛି । ମନୋରଞ୍ଜନଠାରୁ ଆରମ୍ଭ କରି ଅଫିସିଆଲ କାମ ପର୍ଯ୍ୟନ୍ତ ଏହି ଆପ୍‌ର ବହୁଳ ଭାବରେ ବ୍ୟବହାର ହେଉଛି । କିନ୍ତୁ ଆପଣ ଜାଣନ୍ତି କି ନୂଆବର୍ଷ ପ୍ରଥମ ଦିନରୁ ହିଁ ଏହି ଆପ୍‌ଟି କିଛି ନିର୍ଦ୍ଦିଷ୍ଟ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଉ କାମ କରିବନି । ହ୍ବାଟ୍ସଆପ୍‌ ଚଲାଇବା ପାଇଁ ସର୍ବନିମ୍ନ ଆବଶ୍ୟକତାକୁ କମ୍ପାନୀ ଅପଡେଟ କରିଛି । କିଛି ପୁରୁଣା ସ୍ମାର୍ଟଫୋନରେ ଆଉ ଏହି ଆପ୍‌ କାମ କରିବ ନାହିଁ ।

2025, ଜାନୁଆରୀ 1 ତାରିଖଠାରୁ ପ୍ରାୟ 20ଟି ସ୍ମାର୍ଟଫୋନରେ ଏହି ଆପ୍‌ ଚାଲିବ ନାହିଁ । ଏଥିରେ ଲୋକପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନ ସାମସଙ୍ଗ, ମୋଟୋରୋଲା, HTC, ଏଲଜି ଓ ସୋନି ସାମିଲ । ଏହି 20ଟି ସ୍ମାର୍ଟଫୋନ ତାଲିକାରେ ଆପଣଙ୍କ ଫୋନ ନାହିଁ ତ ? ନିମ୍ନରେ ଜାଣନ୍ତୁ ।

କାହିଁକି 20 ସ୍ମାର୍ଟଫୋନରେ ରହିବନି ହ୍ବାଟ୍ସଆପ୍‌ ସପୋର୍ଟ ?

ହ୍ବାଟ୍ସଆପ୍‌ ପ୍ଲାଟଫର୍ମରେ ନୂଆ ଅପଡେଟ ଆଣିବା ଲାଗି ଲଗାତାର ଭାବରେ କାମ କରୁଛି । ଯାହାଦ୍ବାରା ୟୁଜର ଅଧିକ ଭଲ ସେବା ପାଇବା ସହିତ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବ । ପୁରୁଣା ସ୍ମାର୍ଟଫୋନଗୁଡ଼ିକ ପୁରୁଣା ଅପରେଟିଂ ସିଷ୍ଟମ ଚଲାଉଛି । HDblogର ଏକ ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡ୍ କିଟ୍‌କାଟ୍ କିମ୍ବା ପୂର୍ବ ସଂସ୍କରଣ ଚଳାଉଥିବା ସ୍ମାର୍ଟଫୋନ ଜାନୁଆରୀ 1ରୁ ହ୍ବାଟ୍ସଆପକୁ ପ୍ରବେଶ ହରାଇବ । ରିପୋର୍ଟରେ କୁହାଯାଇଛି, "ଆମେ ଆପଣଙ୍କୁ ଆଇଫୋନ୍ ସମର୍ଥନର ସମାପ୍ତି ବିଷୟରେ କହିସାରିଛୁ । ବର୍ତ୍ତମାନ ସାମସଙ୍ଗ, ମୋଟୋରୋଲା, HTC, LG ଏବଂ ସୋନି ଭଳି ବ୍ରାଣ୍ଡରୁ ପ୍ରାୟ 20ଟି ମଡେଲ ସହିତ ଏହି ତାଲିକା ଅଧିକ ଲମ୍ବା ହେଉଛି । ଆଣ୍ଡ୍ରଏଡର 20ଟି ସ୍ମାର୍ଟଫୋନରେ ହ୍ବାଟ୍ସଆପ୍‌ ଚାଲିବ ନାହିଁ ।"

ତାଲିକାରେ କେଉଁ ଫୋନ ?

ଏହି ତାଲିକାରେ ଲୋକପ୍ରିୟ ବ୍ରାଣ୍ଡ ଯେପରିକି ସାମସଙ୍ଗ, ମୋଟୋରୋଲା, HTC, LG ଏବଂ ସୋନି ସାମିଲ । ସେହି ନିର୍ଦ୍ଦିଷ୍ଟ ମଡେଲଗୁଡ଼ିକ ହେଉଛି:

ସାମସଙ୍ଗ

  • ଗାଲାକ୍ସି ଏସ3
  • ଗାଲାକ୍ସି ନୋଟ 2
  • ଗାଲାକ୍ସି Ace 3
  • ଗାଲାକ୍ସି ଏସ4 ମିନି

ମୋଟୋରୋଲା

  • ମୋଟୋ ଜି (1st Gen)
  • Razr HD
  • ମୋଟୋ E 2014
  • HTC
  • ୱାନ X
  • ୱାନ X ପ୍ଲସ
  • ଡିଜାୟାର 500
  • ଡିଜାୟାର 601

LG

  • ଅପ୍ଟିମସ୍‌ ଜି
  • ନେକ୍ସସ 4
  • ଜି2 ମିନି
  • L90

Sony

  • Xperia Z
  • Xperia SP
  • Xperia T
  • Xperia V

ତାଲିକାରେ ଆପଣଙ୍କ ଫୋନ ଥିଲେ କଣ କରିବେ ?

ଯଦି ଉପରୋକ୍ତ ତାଲିକାରେ ଆପଣଙ୍କ ଫୋନ ଅଛି, ତେବେ ଏବେ ଅପଗ୍ରେଡ ପାଇଁ ଚିନ୍ତା କରନ୍ତୁ । ସପୋର୍ଟ ବିନା ଆପଣ ଏହି ଡିଭାଇସରେ ହ୍ବାଟ୍ସଆପ୍‌ ଚଲାଇପାରିବେ ନାହିଁ । ସିଧା ସିଧା କହିବାକୁ ଗଲେ ଆପଣଙ୍କୁ ଏକ ନୂଆ ସ୍ମାର୍ଟଫୋନ ଆଣିବାକୁ ପଡ଼ିବ, ନଚେତ ଅନ୍ୟ କୌଣସି ମେସେଜିଂ ଆପ୍‌କୁ ବ୍ୟବହାର କରନ୍ତୁ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯଦି ଆପଣ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି, ତେବେ ହ୍ବାଟ୍ସଆପ୍‌ ଚାଟ୍‌ ବ୍ୟାକଅପ୍‌ ପାଇଁ Google ଆକାଉଣ୍ଟରେ ଚାଟ୍‌କୁ ରିଷ୍ଟୋର କରନ୍ତୁ । ଯାହାଦ୍ବାରା ଆପଣ ନୂଆ ସ୍ମାର୍ଟଫୋନ ଆଣିଲେ ପୂର୍ବ ହ୍ବାଟ୍ସଆପ୍‌ ଚାଟ୍‌କୁ ରିଷ୍ଟୋର କରିପାରିବେ ।

ଏହା ବି ପଢନ୍ତୁ
  1. ନୂଆବର୍ଷ ପାଇଁ ମଜାଦାର ଫିଚର ଆଣିଲା WhatsApp; କଲିଂ ଇଫେକ୍ଟ ଓ ଷ୍ଟିକର ସାମିଲ
  2. WhatsAppରେ ଏଣ୍ଟ୍ରି ମାରିଲା ChatGPT; ଲ୍ୟାଣ୍ଡଲାଇନ ଫୋନରେ ବି ଉପଲବ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.