ଉଦ୍ଧାର ହେଲେ ଜଳାଶୟରେ ଫସିଥିବା 4ହାତୀ, ଦେଖନ୍ତୁ ଭିଡିଓ

By

Published : Apr 13, 2023, 11:04 PM IST

thumbnail

ବେଙ୍ଗାଲୁରୁ: ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ସଫଳ ହେଲା ବନ ବିଭାଗର ଅପରେସନ । ଜଙ୍ଗଲ ମଧ୍ୟରେ ଥିବା ଏକ ଜଳାଶୟରେ ଫସି ରହିଥିବା 4ହାତୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ବନ ଅଧିକାରୀ ଓ କର୍ମଚାରୀମାନେ ସଫଳ ହୋଇଛନ୍ତି । କର୍ଣ୍ଣାଟକର ଦକ୍ଷିଣ କାନ୍ନାଡା ଜିଲ୍ଲାର ସୁଲ୍ଲିଆ ସଂରକ୍ଷିତ ଜଙ୍ଗଲରେ ଏହି ହାତୀମାନେ ଏକ ଜଳାଶୟରେ ପଶିଯିବା ପରେ କେଇ ଘଣ୍ଚା ପର୍ଯ୍ୟନ୍ତ ଫସି ରହିଥିଲେ । 

ଫସିଥିବା ହାତୀଙ୍କ ମଧ୍ୟରେ ଦୁଇଟି ବୟସ୍କ ଓ ଅନ୍ୟ ଦୁଇଟି ଶାବକ ହାତୀ ଥିଲେ । ସୂଚନା ମିଳିବା ପରେ ବନ ବିଭାଗ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା । ବନ କର୍ମଚାରୀମାନେ ଜଳାଶୟରୁ ବାହାରି ପାରୁନଥିବା ହାତୀଙ୍କ ପାଇଁ ମାଟି ଖୋଳି ହାତୀ ଉଠି ପାରିବା ପରି ରାସ୍ତା ପ୍ରସ୍ତୁତ କରିଥିଲେ । ପରେ ସମସ୍ତ 4ହାତୀ ଖାଲରୁ ବାହାରିବାରେ ସଫଳ ହୋଇଛନ୍ତି । ସେମାନେ ସୁରକ୍ଷିତ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ । ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.