ହଳ କରୁ କରୁ ମିଳିଲା ବିରଳ ଶିବଲିଙ୍ଗ, ବେଲଗଛ ମୂଳେ ପାଉଛନ୍ତି ପୂଜା - Shivling found news
🎬 Watch Now: Feature Video
Published : Sep 29, 2023, 8:31 PM IST
ବାଲେଶ୍ବର: କଥାରେ ଅଛି ଭକ୍ତି ଥିଲେ ସବୁଠି ଭଗବାନ ସହାୟ ହୁଅନ୍ତି । ଭକ୍ତି ସହକାରେ ଯଦି ଗଛକୁ ବି ପୂଜା କରାଯାଏ ତେବେ ଭଗବାନ ସେଇଥିରେ ଖୁସି ହୁଅନ୍ତି । ସେମିତି ଏକ ଘଟଣା ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଶରୀପୁର ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଚକ୍ରଧର ନାୟକ ବିଲରେ ହଳ କରୁଥିବା ସମୟରେ ହଳ ଗୋଟିଏ ଶିବ ଲିଙ୍ଗ ପାଇଛନ୍ତି । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି ।
ସୂଚନାଯୋଗ୍ୟ ଚକ୍ରଧର ବିଲରେ ହଳ କରିବା ସମୟରେ ଲଙ୍ଗଳରେ କୌଣସି ଏକ ଶକ୍ତ ପଦାର୍ଥ ବାରମ୍ବାର ବାଜିବା ଅନୁଭବ କରିଥିଲେ ।ପରେ ସେ ଏହା କଣ ବୋଲି ଉକ୍ତ ସ୍ଥାନରେ ଖୋଳିବା ପରେ ମାଟି ତଳୁ ବାହାରିଥିଲା ଏକ ବିରଳ ଶିବଲିଙ୍ଗ। ସେତେବେଳେ ଶ୍ରାବଣମାସ ଥିବାରୁ ଏହା ଭଗବାନ ଶିବଙ୍କ ନିର୍ଦ୍ଦେଶ ଓ ଆଶୀର୍ବାଦ ଭାବି ଚକ୍ରଧର ଉକ୍ତ ଶିବଲିଙ୍ଗକୁ ନେଇ ଘରକୁ ଆସିଥିଲେ ।ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁକଥା କହିବା ପରେ କେଉଁଠି ରଖି ଶିବଲିଙ୍ଗ ପୂଜା କରିବେ ସେନେଇ ଚିନ୍ତା କରିଥିଲେ ଦମ୍ପତି ।
ଏହାପରେ ଘର ଆଗରେ ଥିବା ଏକ ବେଲଗଛ ମୂଳରେ ଶିବଲିଙ୍ଗକୁ ରଖି ପରିବାର ସବୁଦିନ ସକାଳ ଓ ସନ୍ଧ୍ୟାରେ ଧୂପଦୀପ ଦେଇ ପୂଜାର୍ଚ୍ଚନା କରୁଛନ୍ତି । ତେବେ ଚାଷଜମିରୁ ବାହାରିଥିବା ଏମିତି ଏକ ବିରଳ ଶିବ ଲିଙ୍ଗକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ବେଶ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ...Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
ଇଟିଭି ଭାରତ,ବାଲେଶ୍ବର