ବିଧାୟକଙ୍କ ବିରୋଧରେ ତେଜୁଛି ଅସନ୍ତୋଷ, ପଦରୁ ହଟାଇବା ପାଇଁ ତାରିଣୀ ମନ୍ଦିରରେ ନେଲେ ଶପଥ - conflict within BJD in Balasore
🎬 Watch Now: Feature Video

Published : Oct 15, 2023, 4:20 PM IST
ବାଲେଶ୍ବର: ତୀବ୍ର ହେବାରେ ଲାଗିଛି ସୋର ବିଧାୟକ ପର୍ଶୁରାମ ଧଡାଙ୍କ ବିରୋଧରେ ବିରୋଧୀଙ୍କ ଗର୍ଜନ । ନିଜ ଦଳର ଅସନ୍ତୁଷ୍ଟ କର୍ମୀମାନେ ମେଳି ବାନ୍ଧି 2024 ନିର୍ବାଚନରେ ବିଧାୟକ ପଦରୁ ଅବ୍ୟାହତି ଦେବା ପାଇଁ ମା' ତାରିଣୀଙ୍କ ପାଖରେ ନେଲେ ଶପଥ । ବାଲେଶ୍ୱର ଜିଲ୍ଲା ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିରୋଧରେ ବିଜେଡି ବିଦ୍ରୋହୀଙ୍କ ମେଳି । ବାଲେଶ୍ୱର ବିଜେଡି ଉପସଭାପତି ଭ୍ରମରବର ନାୟକଙ୍କ ନେତୃତ୍ୱରେ ପର୍ଶୁଙ୍କ ବିରୋଧରେ ସୋର ନିର୍ବାଚନ ମଣ୍ଡଳୀର ସୋର ବ୍ଲକ ଏବଂ ବାହାନଗା ବ୍ଲକର ବହୁ ବିଜେଡି ନେତା ଓ କର୍ମୀଙ୍କୁ ନେଇ ମା' ତାରିଣୀଙ୍କ ପୀଠରେ ବିରାଟ ମେଳି କରି କରିଛନ୍ତି । ପୂର୍ବରୁ ପର୍ଶୁ ହଟାଅ ସୋର ବଞ୍ଚାଅ ନାରା ଦେଇ ୪୩ ନମ୍ବର ଜିଲ୍ଲାପରିଷଦ ଜୋନର ବନ୍ଧୁମିଳନ କାର୍ଯ୍ୟକ୍ରମରେ 5 ହଜାର ଲୋକଙ୍କୁ ନେଇ ମେଳି କରି ପର୍ଶୁଙ୍କୁ ଖୋଲାଖୋଲି ବିରୋଧ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ.....ବାଲେଶ୍ବର ବିଜେଡି ଜିଲ୍ଲା ସଭାପତିଙ୍କ ମହାନତା, ଆହତଙ୍କୁ ନେଲେ ମେଡିକାଲ
ବାହାନଗା ବ୍ଲକରେ ମଧ୍ୟ ବ୍ଲକ ଉପାଧକ୍ଷ ତଥା ମାଣିପୁର ପଞ୍ଚାୟତର ସମିତି ସଭ୍ୟ ଭ୍ରମରବର ନାୟକଙ୍କ ସହ 43 ନମ୍ବର ଜୋନର ଜିଲ୍ଲାପରିଷଦ ରେବତୀ ନାୟକ, ମହୁମୁହାଣ ସରପଞ୍ଚ, ମାଣିପୁର ସରପଞ୍ଚ, ସିଙ୍ଗାଖୁଣ୍ଟାର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସହ ବହୁ ଦଳୀୟ ନେତା ଯୋଗ ଦେଇଥିବା ବେଳେ ସୋର ବିଧାୟକଙ୍କ ବିରୋଧରେ ବର୍ଷିଥିଲେ । ବିଧାୟକ ଲୋକଙ୍କ ପାଇଁ କାର୍ଯ୍ୟ କରୁନାହାନ୍ତି ବରଂ ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ଆଗାମୀ 2024 ନିର୍ବାଚନରେ ଟିକେଟ ନଦେବା ପାଇଁ ଦଳର ସଭାପତିଙ୍କୁ ଅନୁରୋଧ କରିଥିଲେ । ପର୍ଶୁଙ୍କ ପ୍ରତି ବିରୋଧ ସୋର ନିର୍ବାଚନ ମଣ୍ଡଳୀର ବାହାନଗା ବ୍ଲକରୁ ଆରମ୍ଭ ହୋଇଥିବା ବେଳେ ଏବେ ସୋର ବ୍ଲକର ବିଭିନ୍ନ ଜୋନରେ ପର୍ଶୁଙ୍କ ବିରୋଧରେ ଜନ ଅସନ୍ତୋଷ ଦେଖା ଦେଇଛି । ତେବେ ଆଗକୁ ନିର୍ବାଚନ ଥିବା ବେଳେ ଏମିତି ଦଳୀୟ କର୍ମୀ ମେଳି ବାନ୍ଧିବା କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ବାଲେଶ୍ବର