ଅଦାନୀ-ହିଣ୍ଡେନବର୍ଗ ମାମଲା, ଏମିତି କହିଲେ ଆଇନଜୀବୀ...

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 3, 2024, 6:49 PM IST

Adani Hindenburg Case Verdict: କଟକ: ଅଦାନୀ-ହିଣ୍ଡେନବର୍ଗ ମାମଲାରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । SEBIର ତଦନ୍ତରେ କୋର୍ଟ ସନ୍ତୋଷ ପ୍ରକାଶ କରିଥିବାବେଳେ ଅଦାନୀଙ୍କୁ ମିଳିଛି ଆଶ୍ବସ୍ତି । ଏନେଇ ହାଇକୋର୍ଟ ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି, "ସୁପ୍ରିମକୋର୍ଟ ଏକ ୬ ଜଣିଆ କମିଟି କରିଥିଲେ । ଯେଉଁଥିରେ SEBI ଦ୍ବାରା କରାଯାଇଥିବା ତଦନ୍ତ ଠିକ୍ ଭାବେ ଚାଲିଥିବା କହି ସନ୍ତୋଷ ପ୍ରକାଶ କରିଥିଲା ଏହି କମିଟି । ଏହାପରେ ନଭେମ୍ବରରେ SEBIକୁ ଷ୍ଟାଟସ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ ।"

ଏହା ମଧ୍ୟ ପଢନ୍ତୁ...ଆଦାନୀ-ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତରେ ହସ୍ତକ୍ଷେପ ପାଇଁ ମନାକଲେ ସୁପ୍ରିମକୋର୍ଟ

" ଆଉ ସେହି ଷ୍ଟାଟସ ରିପୋର୍ଟ ଉପରେ ରାୟ ସଂରକ୍ଷିତ ରଖାଯାଇଥିବାବେଳେ ଆଜି ତାହାର ଶୁଣାଣି ହୋଇଛି । ଯେଉଁଥିରେ ୨୪ଟି ଅଭିଯୋଗରୁ ୨୨ଟି ତଦନ୍ତ ଶେଷ ହୋଇଛି । ୨ ଟି ବାକି ଅଛି । ଯାହାର ତଦନ୍ତ ୩ ମାସ ଭିତରେ ସାରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି ୨୨ଟି ରିପୋର୍ଟରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ ଅଛନ୍ତି ।" ଅର୍ଥାତ୍ ରାୟ ଅଦାନୀଙ୍କ ସପକ୍ଷରେ ଥିବା କହିଛନ୍ତି ଆଇନଜୀବୀ ଆଲୋକ ମହାପାତ୍ର । 
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.