ବାଲିଯାତ୍ରା ଷଷ୍ଠ ସନ୍ଧ୍ୟା; ଦୀପ୍ତିରେଖାଙ୍କ ଗୀତରେ ମତୁଆଲା ଦର୍ଶକ

🎬 Watch Now: Feature Video

thumbnail

By ETV Bharat Entertainment Team

Published : 4 hours ago

Updated : 4 hours ago

କଟକ: ଜୋରଦାରରେ ଚାଲିଛି ବାଲିଯାତ୍ରା ମହୋତ୍ସବ । ଚଳିତ ଥର ଏହି ମହୋତ୍ସବରେ ଓଲିଉଡରୁ ବଲିଉଡ ଅନେକ କଣ୍ଠଶିଳ୍ପୀ ଏବଂ ତାରକା ସାମିଲ ହୋଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଫଳରେ ଲୋକଙ୍କ ଭିଡ଼ ଜମିବା ସାଙ୍ଗକୁ ଏହି ଉତ୍ସବକୁ ବେଶ ମନୋଭରି ଉପୋଭାଗ କରିଛନ୍ତି । ବର୍ତ୍ତମାନ ଗତକାଲି(20 ନଭେମ୍ୱର) ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାରେ ମଧ୍ୟ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା । ଏହି ସନ୍ଧ୍ୟାରେ ବୈଷ୍ଣବ ପାଣି ମଞ୍ଚରେ ଓଲିଉଡ ଲୋକପ୍ରିୟ ଗାୟିକା ଦପ୍ତିରେଖା ପାଢ଼ୀ ୟୋଗ ଦେଇ ଅନେକ ଗୀତ ପ୍ରଦର୍ଶନ କରିଥିଲେ । 'ହାଏ ତୋ ପ୍ରେମ ଗଜଲ ଗଜଲ', 'ହାଏ ତୋ ପ୍ରେମ ର ରଙ୍ଗୋଲି' , ଓ ଅନ୍ୟ ହିଟ ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ ଦୀପ୍ତିରେଖା । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବାଲିଯାତ୍ରାରେ ଗୀତ ଗାଇବା ଏକ ନିଆରା ଅନୁଭବ । ଲକ୍ଷ ଲକ୍ଷ ଲୋକଙ୍କ ସାମ୍ନାରେ ଗାଇବା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଥାଏ । ବିଶେଷକରି ବୈଷ୍ଣବ ପାଣିଙ୍କ ମଞ୍ଚ ସ୍ୱତନ୍ତ୍ର । ତେଣୁ ଏହି ସମସ୍ତ ଗୀତରେ ଲୋକ ମାନଙ୍କୁ ନଚାଇ ପାରିଲି ସେଇଟା ବଡ଼ କଥା ।ଆଗମୀ ଦିନରେ ବି ବାଲିଯାତ୍ରା ଆସିବା ପାଇଁ ମୋର ପ୍ରବଳ ଇଚ୍ଛା ବୋଲି କହିଛନ୍ତି ଦୀପ୍ତିରେଖା ପାଢ଼ୀ ।
 

ଏହା ମଧ୍ୟ ପଢନ୍ତୁ: ବାଲିଯାତ୍ରାରେ ସୋନୁ ନିଗମଙ୍କ ଧମାକା; ପୁଚୁକି ଗାଲି ଗୀତରେ ଝୁମିଲେ ଦର୍ଶକ

ଇଟିଭି ଭାରତ, କଟକ

Last Updated : 4 hours ago

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.