ଉପକୂଳ ସୁରକ୍ଷା ପାଇଁ ଅସ୍ତରଙ୍ଗରେ ନୌସେନାର ସମରାଭ୍ୟାସ 'ସି ଭିଜିଲ' - SEA VIGIL 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 20, 2024, 6:29 PM IST

ନିମାପଡ଼ା: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଆରମ୍ଭ ହୋଇଛି ୨ ଦିନିଆ ଉପକୂଳ ସମରାଭ୍ୟାସ । ଏହି ମିଳିତ ସମରାଭ୍ୟାସର ନାଁ ରଖାଯାଇଛି 'ସି ଭିଜିଲି' । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ । ଗତକାଲି ଠାରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ନୂଆଗଡ, କାଳିଆକଣ, ସହନ, ସମେତ କୋଣାର୍କ ଚନ୍ଦ୍ରଭାଗା ନୌସେନା, ତଟରଖି ବାହିନୀ, ମେରାଇନ ପୋଲିସ, ସାଗର ମିତ୍ର ସମରାଭ୍ୟାସରେ ସାମିଲ ହୋଇଛନ୍ତି । 

ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଲକ୍ଷ୍ୟ ରଖି ଆଜି ଠାରୁ ଆରମ୍ଭ ହୋଇଛି ୨ ଦିନିଆ ସମରାଭ୍ୟାସ 'ସି ଭିଜିଲି' । ଭାରତୀୟ ତଟରଖି ବାହିନୀ, ମେରାଇନି ପୋଲିସ, ଅସ୍ତରଙ୍ଗ ପୋଲିସ ଏଥିରେ ସାମିଲ ହୋଇଛନ୍ତି । ବ୍ଲୁ-ଫୋର୍ସ ଓ ରେଡ-ଫୋର୍ସ ୨ଟି ଟିମ୍ ହୋଇ ଏହି ସମରାଭ୍ୟାସ ଚଲାଇଛନ୍ତି । ଉପକୂଳକୁ ବ୍ଲୁ ବାହିନୀ ଜଗି ରହିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷହୋଇ ଦୂର ସମୁଦ୍ରକୁ ଯାତ୍ରା କରି ପୁଣି ଉପକୂଳ ମୁହାଁହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଉଛି । ବ୍ଲୁ ବାହିନୀ ଉପକୂଳକୁ ରକ୍ଷା କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ବାହ୍ୟ ଶତ୍ରୁ ଠାରୁ ଉପକୂଳକୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ । କିଭଳି ଭାବେ ଜଳପଥ ଦେଇ ଶତ୍ରୁମାନେ ପ୍ରବେଶ କରି ନପାରନ୍ତି  ସମରାଭ୍ୟାସର ଏହା ମୂଳଲକ୍ଷ୍ୟ ।

ଏହା ମଧ୍ୟ ପଢ଼ନ୍ତୁ...ଶତ୍ରୁପକ୍ଷକୁ ଦିଆଯିବ କଡ଼ା ଜବାବ, ଆରମ୍ଭ ହେଲା ସମରାଭ୍ୟାସ 'ସାଗର କବଚ' - sagar kavach

ଏହା ମଧ୍ୟ ପଢ଼ନ୍ତୁ...ଚାଇନା ଜାହାଜରେ ଆସିଥିଲେ 3 ଆଫ୍ରିକା ନାଗରିକ, ମାଟିକୁ ଓହ୍ଲାଇବାକୁ ଦେଲେନି ସୁରକ୍ଷାକର୍ମୀ - Paradip Port

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.