ପିଲାଦିନ ସ୍ମୃତି ସାଉଁଟୁଛି ବାଲିଯାତ୍ରା ପଡ଼ିଆ, ମନ କିଣୁଛି ବେଙ୍ଗ ବାଜାକୁ ମାଙ୍କଡ଼ ଡିଆଁ ଖେଳନା - CUTTACK BALIYATRA WOOD PRODUCT

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 21, 2024, 6:16 PM IST

Cuttack Baliyatra: କଟକ: ଆଜି ବି ମନେ ପଡ଼େ ସେ ପିଲା ଦିନର କାଠରେ ତିଆରି କଣ୍ଡେଇ ସାଙ୍ଗକୁ ଖେଳନା । ଏବେର ଆଧୁନିକ ପ୍ଲାଷ୍ଟିକ ଜମାନାରେ ଆଉ ସେସବୁ ଜିନିଷ ଆଉ ପ୍ରାୟ ଦେଖିବାକୁ ମିଳୁନାହିଁ । ପିଲା ଦିନେ ଯେଉଁ ସବୁ ଖେଳଣା ବା ଯେଉଁ ସାମଗ୍ରୀ ବ୍ୟବହାର କରୁଥିଲେ ତାହା ପ୍ଲାଷ୍ଟିକ ନଥିଲା । ସେ ସବୁ କାଠରେ ହିଁ ଥିଲା । ସେ ଖେଳଣା ହେଉ ଅବା ଘର ସାମଗ୍ରୀ, ତାହା ସବୁ କେବଳ କାଠରେ ହିଁ ପ୍ରସ୍ତୁତ ହେଉଥିଲେ । ସେତେବେଳେ ବି ଏହାର ଚାହିଦା ବେଶ ଭଲ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ଲୋକମାନେ ପ୍ଲାଷ୍ଟିକ ଉପରେ ନିର୍ଭରଶୀଳ ହୋଇଗଲେ । ଏମିତିକି ବର୍ତ୍ତମାନ ପ୍ରତ୍ୟକ ଜିନିଷ ପ୍ଲାଷ୍ଟିକର ହିଁ ବ୍ୟବହାର କରାଯାଉଛି । ହେଲେ ପ୍ଲାଷ୍ଟିକ ଯୁଗରେ ସେ ପୁରୁଣା ପରମ୍ପରା ଉଜ୍ଜୀବିତ କରି ରଖିଛନ୍ତି କଟକ ବଡମ୍ବା ଅଞ୍ଚଳ ବ୍ୟବସାୟୀ ସତ୍ୟବାଦୀ ମନ୍ତ୍ରୀ । କଟକ ବାଲିଯାତ୍ରାରେ ଓରମାସର ଥିବା ୧୫ ନମ୍ବର ଷ୍ଟଲରେ ହାତ ତିଆରି କାଠ ଜିନିଷ ବିକ୍ରି କରୁଛନ୍ତି ।

କଟକ ବଡମ୍ବା ଅଞ୍ଚଳରୁ ବାଲିଯାତ୍ରାକୁ ଆସିଥିବା ବ୍ୟବସାୟୀ ସତ୍ୟବାଦୀ ମନ୍ତ୍ରୀ କହିଛନ୍ତି ଯେ, ସେ କାଠ ତିଆରି ସାମଗ୍ରୀ ଆଣି ଆସିଛନ୍ତି । ବିଶେଷକରି ସମସ୍ତ ଘରକରଣା ଜିନିଷ, ପିଲାମାନଙ୍କ ଖେଳଣା ଆଦି ସେ ବିକ୍ରୟ କରୁଛନ୍ତି । ୨୦ ଟଙ୍କାରୁ ଆରମ୍ଭ କରି ୨୫୦୦ ଟଙ୍କା ପର୍ଯ୍ୟନ୍ତ ଦରର ସାମଗ୍ରୀ ଆଣିଛନ୍ତି । ତାଙ୍କ ପରିବାରର ସମସ୍ତ ସଦସ୍ୟ ଏହି ସାମଗ୍ରୀ ତିଆରି ପାଇଁ ଲାଗି ପଡ଼ିଥାନ୍ତି । ତେବେ ଏବେ ବି ତାଙ୍କର କାଠ ତିଆରି ସାମଗ୍ରୀ ପ୍ରତି ଲୋକଙ୍କର ଆଗ୍ରହ ରହୁଛି । ପିଲା ଦିନର ସେହି କାଠ ତିଆରି ବେଙ୍ଗ ବାଜା, ମାଙ୍କଡ଼ ଡିଆଁ ତାଙ୍କ ଷ୍ଟଲରେ ଉପଲବ୍ଧ ରହିଛି । ସେତେବେଳେ ଯେଉଁ ବେଙ୍ଗ ବାଜା ଆଉ ମାଙ୍କଡ଼ ଡିଆଁର ଦର ୫ ଟଙ୍କା ଥିଲା ଏବେ ତାହା ୧୦୦ ଟଙ୍କା । ତେବେ ଯାହା ବାଲିଯାତ୍ରା ପଡିଆରେ ଏହି ପିଲାଦିନର ସେହି ଅଭୁଲା ସ୍ମୃତି ଉପଲବ୍ଧ ହେଉଥିବା ବେଳେ ସାମଗ୍ରୀଗୁଡ଼ିକ କିଣିବା ପାଇଁ ଗ୍ରହାକଙ୍କ ଭିଡ଼ ଜମୁଛି । 

ଏହା ମଧ୍ୟ ପଢ଼ନ୍ତୁ...ହାତରେ କାଠ ନୁହେଁ ଏବେ କାର୍ପେଟ, ଆଦିବାସୀ ମହିଳାଙ୍କୁ ଦେଇଛି ରୋଜଗାର

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.