ରାୟଗଡ଼ା ପୋଲିସ କବଜାରେ ବାଇକ ଚୋର ଗ୍ୟାଙ୍ଗ, ୫ ବାଇକ ଉଦ୍ଧାର

By ETV Bharat Odisha Team

Published : Jan 7, 2024, 9:07 PM IST

thumbnail

ରାୟଗଡ଼ା : ଜିଲ୍ଲାରେ ବାଇକ ଚୋରି ଘଟଣା ଦିନକୁ ବଢ଼ୁଥିବା ବେଳେ ସ୍ଥାନୀୟ ପୋଲିସକୁ ମିଳିଛି ଏକ ବଡ ସଫଳତା । ଆଜି (ରବିବାର) ରାୟଗଡ଼ା ପୋଲିସ ୫ଟି ଚୋରି ବାଇକ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ଅଣ୍ଡିରାକଞ୍ଚ ଥାନା ଅଞ୍ଚଳର ଝୋଡିଆପଦର ଗ୍ରାମର ହିରଣ ନାୟକଙ୍କ ବାଇକ ଚୋରି ହୋଇଥିବା ନେଇ ବିଗତ ଦିନରେ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଥାନା ଅଧିକାରୀ କମଳାକାନ୍ତ ବିମଳାକାନ୍ତ କହଁରଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ଚୋରି ବାଇକକୁ ଠାବ କରିବା ସହ ଚୋରକୁ ଗିରଫ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ .... ନକଲି ବିଡିଓ ସାଜି ଲୋକଙ୍କୁ ଲୁଟୁଥିଲେ, ବାନ୍ଧିଲା ପୋଲିସ

ହିରଣଙ୍କ ବାଇକ ଶେଷଖାଲ ଥାନା ଅଞ୍ଚଳର ଡିଶାରୀଗୁଡା ଗ୍ରାମର ଭୁଷଣ ପ୍ରଧାନୀ ନିଜ ପାଖରେ ରଖିଥିବା ଏହି ତଦନ୍ତକାରୀ ଟିମ ବିଶେଷ ସୂତ୍ରରୁ ଖବର ପାଇଥିଲା । ପରେ ପୋଲିସ ଭୂଷଣଙ୍କୁ କାବୁ କରି ପଚରାଉଚରା କରିବା ପରେ ବାଇକ ଚୋରି କରିଥିବା ନେଇ ସ୍ବୀକାର କରିଥିଲା | ଏହି ଚୋରି ମାମଲାରେ ଆଉ ୨ ଜଣ ସାମିଲ ଥିବା ଭୂଷଣ କହିବା ପରେ ପୋଲିସ କଲ୍ୟାଣସିଂହପୁରର ଅକ୍ଷୟ ଗରଡିଆ ଏବଂ ଆଡ଼ବାଡ଼ି ଗ୍ରାମର ରବି କୌଶଲ୍ୟାକୁ ଗିରଫ କରିଥିଲା । ଏଥିସହ ଭୂଷଣଠାରୁ ଓ ଅକ୍ଷୟଠାରୁ ୨ଟି ଲେଖାଏଁ ଏବଂ ରବିଠାରୁ ଗୋଟିଏ ବାଇକ ଜବତ କରିଥିଲା ପୋଲିସ । ଏନେଇ ଏକ ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି  । 

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.