ଗ୍ରହଣକୁ ଦେଖି ସମୟ ପୂର୍ବରୁ ବୋଇତ ଭସାଇଲେ ଶ୍ରଦ୍ଧାଳୁ - ରାୟଗଡା ବୋଇତ ବୋଇତ ଭସାଣ
🎬 Watch Now: Feature Video
ରାୟଗଡା: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାୟଗଡା ଜିଲ୍ଲାର ବିଭିନ୍ନ ନଦୀରେ ବୋଇତ ଭସାଇଛନ୍ତି ଶ୍ରଦ୍ଧାଳୁ । ଆଜି ଭୋରରୁ ବହୁ ସଂଖ୍ୟାରେ ଲୋକେ ନିକଟସ୍ଥ ନଦୀ ଓ ଜଳ ସ୍ରୋତରେ କଦଳୀ ପଟରେ ତିଆରି ବୋଇତରେ ପାନ, ଗୁଆ, ରାଶି ଆଦି ରଖି ଦୀପ ଲଗାଇ ଭାସାଇଥିବାର ଦେଖିବାକୁ ମିଳିଛି । ମୁଖ୍ୟତଃ ବଂଶଧାରା, ନାଗାବଳୀ, ଝଞ୍ଜାବତୀ ଆଦି ନଦୀରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବୋଇତ ଭସାଇଛନ୍ତି । ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଭୋର 5.30 ମଧ୍ୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସରିଛି । ପ୍ରଥମ ଥର ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ବ୍ୟତୀତ ଆଜି ପବିତ୍ର କାର୍ତ୍ତି ମାସ ପୂର୍ଣ୍ଣିମା ସତ୍ତ୍ୱେ ଗ୍ରହଣ ଯୋଗୁଁ ବିଭିନ୍ନ ମନ୍ଦିର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଇଟିଭି ଭାରତ, ରାୟଗଡା
Last Updated : Feb 3, 2023, 8:31 PM IST