Ratha Yatra 2023: ଗଡ଼ିଲା ନନ୍ଦିଘୋଷ ରଥ, ହରିବୋଲ ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ
🎬 Watch Now: Feature Video
ପୁରୀ: ବଡ଼ଦାଣ୍ଡରେ ଗଡ଼ିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଠିକ୍ 4ଟା 40 ମିନିଟରେ ଆଗକୁ ବଢିଛି ନନ୍ଦିଘୋଷ ରଥ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ରଥାରୁଢ କାଳିଆ ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଅଗ୍ରସର ହୋଇଛନ୍ତି। ଆଗରେ ଅଛନ୍ତି ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମଝିରେ ଅଛନ୍ତି ରୂପବତୀ, ଗୁଣବତୀ, ଭଗବତୀ ଦେବୀ ଶୁଭଦ୍ରା । ଆଉ ଶେଷରେ ଶ୍ରୀମନ୍ଦିରକୁ କିଛି ଦିନ ପାଇଁ ଛାଡ଼ି ଆଡପ ମଣ୍ଡପ ଅଭିମୁଖେ ଯାଉଛନ୍ତି ଶ୍ରୀଜଗନ୍ନାଥ । ହରିବୋଲ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ । ନନ୍ଦିଘୋଷ ରଥକୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛି ଭକ୍ତମନ । ଘର୍ଘର ଘର୍ଘର ହୋଇ ଗଡ଼ି ଚାଲିଛି କାଳିଆ ସାଆନ୍ତେର ରଥ । ରଥ ଉପରେ କାଳିଆ ଠାକୁରକୁ ଘେରି ରହିଛନ୍ତି ସେବାୟତ। ଆନନ୍ଦ ଉଲ୍ଲାସର ସହିତ ଭାବର ଠାକୁର ଶ୍ରୀଜଗନ୍ନାଥ ରଥାରୁଢ ହୋଇ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଆଗେଇ ଚାଲିଛନ୍ତି ।
ଇଟିଭି ଭାରତ, ପୁରୀ