ଜାରି ରହିଛି ରଥଟଣା, ଆଗେ ଆଗେ ଗଡ଼ିଲା ତାଳଧ୍ୱଜ - ଆଗେ ଆଗେ ଯାଉଛନ୍ତି ବଡ଼ ଠାକୁର
🎬 Watch Now: Feature Video
ପୁରୀ: ଆରମ୍ଭ ହେଲା ରଥଟଣା । ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ବଜ ରଥ । ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ ହୋଇଛି । ତିନି ଠାକୁର ରଥାରୁଢ଼ ହେବା ପରେ ଛେରା ପହଁରା ନୀତି ଆରମ୍ଭ ହୋଇଥିଲା । ତେବେ ରଥଯାତ୍ରାର ଅନ୍ୟତମ ମୁଖ୍ଯ ଆକର୍ଷଣ ହେଲା ଛେରା ପହଁରା ନୀତି । ଗଜପତି ମହାରାଜ ସୁବର୍ଣ୍ଣ ଖଡ଼ିକା ଧରି ରଥରେ ଛେରା ପହଁରା କରିଥାନ୍ତି । ଏହାପରେ ରଥରେ ଘୋଡ଼ା ବନ୍ଧା ହୋଇଯାଏ ଏବଂ ଆରମ୍ଭ ହୁଏ ରଥଟଣା । ତାଳଧ୍ବଜ ରଥରେ ଛେରା ପହଁରା ନୀତି ଶେଷ ହେବା ପରେ ଏବେ ଦେବୀ ଶୁଭଦ୍ରା ଏବଂ କଳା ଠାକୁରଙ୍କ ରଥରେ ଛେରା ପହଁରା କରୁଛନ୍ତି ଗଜପତି । ଏହି ଦୃଶ୍ୟ ଅତ୍ୟନ୍ତ ମନୋରମ । ଶ୍ରୀଜିଉଙ୍କୁ ରଥରେ ଦର୍ଶନ କରି ଭକ୍ତ ଭାବ ବିହ୍ବଳ ହୋଇଛନ୍ତି ଭକ୍ତ । ପୋଲିସ ପ୍ରଶାସନର ସୁରକ୍ଷା ବଳୟରେ ସୁରୁଖୁରୁରେ ରଥଟଣା ଆରମ୍ଭ ହୋଇଛି ।