Rath Yatra 2023: ହାଇଦ୍ରାବାଦରେ ଗଡ଼ିଲା କାଳିଆ ରଥ, ପ୍ରବାସୀ ଓଡ଼ିଆଙ୍କ ଭକ୍ତିରେ ଭିଜିଲେ ମହାବାହୁ - ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା

🎬 Watch Now: Feature Video

thumbnail

By

Published : Jun 21, 2023, 9:32 PM IST

Updated : Jun 21, 2023, 9:58 PM IST

ହାଇଦ୍ରାବାଦ: ବିଶ୍ବନିୟନ୍ତାଙ୍କ ରଥଯାତ୍ରା ବିଶ୍ବବ୍ୟାପୀ ଅନୁଷ୍ଠିତ ହୋଇଛି । ରାଜ୍ୟ ବାହାରେ ଥାଇ ମଧ୍ୟ ପ୍ରବାସୀ ଓଡିଆ ଭୁଲି ନାହାନ୍ତି କାଳିଆ ପ୍ରେମକୁ । ଭୁଲିବେ ବା କେମିତି ! ସେ ତ କୋଟି ଓଡ଼ିଆଙ୍କ ମଉଡ଼ମଣୀ । ଗତକାଲି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଅବସରରେ ହାଇଦ୍ରାବାଦ ମାଟିରେ ରଥ ଟାଣିଥିଲେ ପ୍ରବାସୀ ଓଡ଼ିଆ । ହାଇଦ୍ରାବାଦ ବୋଲାରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ପବିତ୍ର ରଥଯାତ୍ରା ।   ଶ୍ରୀଜଗନ୍ନାଥ ଉତ୍କଳ ସଂସ୍କୃତି ସଂଗଠନ (SJUSS) ଏବଂ IDA ବୋଲାରାମ ପକ୍ଷରୁ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । 

କାଳିଆକୁ ଦେଖି କୃତ୍ୟକୃତ୍ୟ ହେଲେ ଭକ୍ତ । ପ୍ରବାସୀ ଓଡ଼ିଆଙ୍କ ଭକ୍ତିରେ ଭିଜିଲେ ତିନି ଠାକୁର । ଟାହିଆ ହଲେଇ, ଗହଳି ଲଗେଇ କାହାଳୀ ବଜେଇ ରଥକୁ ବିଜେ କରିଥିଲେ ମହାପ୍ରଭୁ । ହାଇଦ୍ରାବାଦରେ ସୃଷ୍ଟି ହୋଇଥିଲା ଶ୍ରୀକ୍ଷେତ୍ରର ଭ୍ରମ ।

ରଥଯାତ୍ରାରେ ଓଡ଼ିଶା ବାହାରେ ରହିଥିବା ବ୍ୟାକୁଳ ଭକ୍ତ ବିଶ୍ବନିୟନ୍ତାଙ୍କୁ ଭେଟି ଆତ୍ମତୃପ୍ତି ପାଇଥିଲେ । ତିନି ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତମୟ ହୋଇ ଉଠିଥିଲା ହାଇଦ୍ରାବାଦ । ସବୁଠି ଶୁଭୁଥିଲା ଜୟ ଜଗନ୍ନାଥ ଧ୍ବନୀ । ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ଜନ୍ମବେଦୀକୁ ଯାଇଥିଲା କାଳିଆ ସୁନା । ହୁଳହୁଳି, ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ହାଇଦ୍ରାବାଦର ବୋଲାରାମ ଅଞ୍ଚଳ । ସତରେ, କି ଅପୂର୍ବ ସେ ଦୃଶ୍ୟ । ସଭିଙ୍କ ତୁଣ୍ଡରୁ ଶୁଭୁଥିଲା ଜୟ ଜଗନ୍ନାଥ । ଶ୍ରୀଜିଉଙ୍କ ଦର୍ଶନରେ ଭାବବିହ୍ବଳ ହୋଇଥିଲେ ପତିତଜନ । 

Last Updated : Jun 21, 2023, 9:58 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.