ଯାଜପୁରରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର - ବିରଳ ପ୍ରଜାତିର କଇଁଛ ଉଦ୍ଧାର
🎬 Watch Now: Feature Video
ଯାଜପୁର: ପାଣିକୋଇଲି ଥାନା ଅଳତିରି ଗ୍ରାମରେ ଏକ ବିରଳ କଇଁଛ ଉଦ୍ଧାର ହୋଇଛି l ଉକ୍ତ ଗ୍ରାମର ସୋମନାଥ ନାୟକଙ୍କ ବାଡିରୁ ସକାଳେ ଏହି ବିରଳ କଇଁଛଟି ଦେଖିବାକୁ ମିଳିଥିଲା । ପରେ ତାକୁ ଉଦ୍ଧାର କରାଯାଇ ଘରେ ରଖାଯାଇଥିଲା । କଇଁଛଟି ଅନ୍ୟ କଇଁଛ ମାନଙ୍କ ଠାରୁ ଦେଖିବାକୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ । କଇଁଛଟି ସୁନେଲି ରଙ୍ଗର ହୋଇଥିବା ଦେଖିବାକୁ ମିଳିଛି l ଏହାର ଓଜନ ପାଖାପାଖି 2 କେଜିରୁ ଅଧିକ l ତେବେ ଏହି ବିରଳ କଇଁଛଟିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା । କଇଁଛକୁ ଦେଖି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । ଏ ସମ୍ପର୍କରେ ପାଣିକୋଇଲି ପୋଲିସ ଖବର ପାଇବା ପରେ ପୋଲିସ ପକ୍ଷରୁ କଇଁଛଟିକୁ ଉଦ୍ଧାର କରାଯାଇ ଥାନା ସମୁଖରେ ଥିବା ପାଣି କୁଣ୍ଡରେ ଛଡା ଯାଇଛି l ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ମିଳିନାହିଁ ।
ଇଟିଭି ଭାରତ, ଯାଜପୁର