ଗୋଟିଏ କୁଣ୍ଡରେ ଫୁଟିଲା 4ଟି ବ୍ରହ୍ମକମଳ, ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସମର୍ପିତ ହେଲା ଫୁଲ
🎬 Watch Now: Feature Video
ନିଆଳି: ଗୋଟିଏ କୁଣ୍ଡରେ ଫୁଟିଲା 4ଟି ବ୍ରହ୍ମକମଳ । କଟକ ଜିଲ୍ଲା ନିଆଳି ବ୍ଲକ ନୂଆଗାଁ ଶାସନରେ ଦେଖିବାକୁ ମିଳିଛି ଏଭଳି ବିରଳ ଦୃଶ୍ୟ । ସ୍ବର୍ଗତ ବଂଶୀଧର ମିଶ୍ରଙ୍କ ବାଲକୋନିରେ ଥିବା ଗୋଟିଏ କୁଣ୍ଡରେ ଚାରିଟି ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି । ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟୁଛି । ଏହି ବିରଳ ବ୍ରହ୍ମକମଳ ଫୁଲକୁ ଗ୍ରାମରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିକୁ ଅର୍ପଣ କରିଛନ୍ତି ପରିବାର ଲୋକେ ।
ଏହା ବି ପଢନ୍ତୁ...ବାଡିରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ, ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ
ଏପରି ଗୋଟିଏ କୁଣ୍ଡରେ ଚାରିଟି ଫୁଲ ଫୁଟିବା ବିରଳ ବୋଲି କୁହାଯାଉଛି । ତେବେ କୁଣ୍ଡରେ ଫୁଟିଥିବା ବ୍ରହ୍ମକମଳ ଫୁଲକୁ ଭଗବାନଙ୍କ ନିକଟରେ ଅର୍ପଣ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି ପରିବାର । ଏହି ବିରଳ ଫୁଲ ହିମାଳୟ ପର୍ବତରେ ଫୁଟୁଥିବାବେଳେ ବର୍ତ୍ତମାନ ଓଡିଶାର କେତେକ ସ୍ଥାନରେ ଫୁଟୁଥିବା ଦେଖିବାକୁ ମିଳିଛି । ଏହା ଭଗବାନଙ୍କ ଅତି ପ୍ରିୟ ହୋଇଥିବାରୁ ଖୁସିରେ ବିଭୋର ହୋଇ ଉଠିଥିବା ପରିବାରଙ୍କ ମଧ୍ୟରେ ଧାର୍ମିକ ଭାବନା ଜାଗ୍ରତ ହୋଇଛି ।
ଇଟିଭି ଭାରତ, ନିଆଳି