କଟକରେ ଧୂମଧାମରେ ପାଳିତ ହେଉଛି ରାମ ନବମୀ, ସମସ୍ତଙ୍କ ମୁହଁରେ ରାମ ନାମ
🎬 Watch Now: Feature Video
କଟକ: ସିଲଭରସିଟିରେ ଧୁମଧାମରେ ପାଲନ ହେଉଛି ରାମ ନବମୀ । ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଏହି ଦିବସକୁ ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ କଟକରେ ନିଆରା ଢଙ୍ଗରେ ଆୟୋଜନ କରାଯାଇଛି । ଗୋଟିଏ ପଟେ ସମସ୍ତ ରାମ ମନ୍ଦିରରେ ସକାଳୁସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା ବେଳେ ଅନ୍ୟପଟେ କଟକ ପରିକ୍ରମାରେ ଅନେକ ସଙ୍ଗଠନ ବାହାରିଛନ୍ତି । ସମସ୍ତଙ୍କ ମୁହଁରେ କେବଳ ରାମ ରାମ ଶବ୍ଦ । ବାଉନ ବଜାର ତେପନ ଗଳିରେ ସବୁ ଆଡେ ଜାରି ରହିଛି ଭଜନ କୀର୍ତ୍ତନ। ରାମ ଧୂନରେ କମ୍ପୁଛି କଟକ । ତେବେ ଯଦି ଚହଟା ରାମ ମନ୍ଦିର କଥା କହିବା ତେବେ ହଜାରହଜାର ଶ୍ରଦ୍ଧାଳୁ ଓ ଭକ୍ତ ସକାଳୁ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଲାଇନରେ ଲାଗିଛନ୍ତି । ଗୋଟିଏ ପଟେ ଯଜ୍ଞ ଆହୁତି ଓ ମନ୍ତ୍ର ଜାରି ରହିଥିଲା ବେଳେ ଅନ୍ୟପଟେ ମନ୍ଦିର ପ୍ରାଙ୍ଗଣରେ ହରି ନାମ ଜାରି ରହିଛି ।
ଇଟିଭି ଭାରତ, କଟକ