ରାମନବମୀ 2023: ରାମ ନାମରେ ପ୍ରକମ୍ପିତ ହେଲା ରାୟଗଡ଼ା ସହର - ରାମନବମୀ

🎬 Watch Now: Feature Video

thumbnail

By

Published : Mar 31, 2023, 9:48 AM IST

ରାୟଗଡା: ପବିତ୍ର ରାମନବମୀରେ ରାମ ନାମ ସ୍ବରରେ ପ୍ରକମ୍ପିତ ହେଲା ରାୟଗଡ଼ା ସହର । ଗତକାଲି ସହରର ସ୍ଥିତ ରାମ ମନ୍ଦିର ଗୁଡ଼ିକରେ ଦର୍ଶନ ଓ ପୂଜା ପାଇଁ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା । ରାମ ନବମୀ ଅବସରରେ ସହର ସମେତ ଜିଲ୍ଲାରେ ଏକ ବିରାଟ ନଗର ପରିକ୍ରମାର ଆୟୋଜନ ହୋଇଥିଲା । ଶ୍ରୀରାମ ନବମୀ ଉତ୍ସବ କମିଟି ପକ୍ଷରୁ ସ୍ଥାନୀୟ କୋଦଣ୍ଡାରାମ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ବାହାରିଥିଲା । ସକାଳ ୯.୩୦ମିନିଟ ସମୟରେ କୋଦଣ୍ଡାରାମ ମନ୍ଦିରରେ ପୂଜାର୍ଚ୍ଚନା ସାରି ସହର ପରିକ୍ରମା ଆରମ୍ଭ ହୋଇଥିଲା । ଏହାପରେ ୩୨୬ନଂ ଜାତୀୟ ରାଜପଥ ଓ ମୁଖ୍ୟ ବଜାର ପରିକ୍ରମା କରି ସ୍ଥାନୀୟ ଭେଙ୍କଟେଶ୍ୱର ମନ୍ଦିର ଠାରେ ପହଞ୍ଚିଥିଲା ଶୋଭାଯାତ୍ରା । 

ସେଠାରେ ନଗର ପରିକ୍ରମାରେ ରହିଥିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଫଟୋ ଚିତ୍ରକୁ ମନ୍ଦିରରେ ସ୍ଥାପନା କରି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ରାୟଗଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏଥିରେ ଯୋଗଦେଇ ନଗର ପରିକ୍ରମାକୁ ସଫଳ କରିଥିଲେ । ନଗର ପରିକ୍ରମା ଓ ପୂଜାର୍ଚ୍ଚନା ପରେ ଭେଙ୍କଟେଶ୍ୱର ମନ୍ଦିର ପାଶ୍ୱର୍ରେ ଥିବା ପଡ଼ିଆ ଠାରେ ସମସ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ସେହିଭଳି ରାମକୃଷ୍ଣ ନଗର ଠାରୁ ମଧ୍ୟ ଏକ ଦଳ ବାହାରି ଉକ୍ତ ନଗର ପରିକ୍ରମାରେ ଯୋଗଦେଇଥିଲେ । ରାମଧୂନରେ ଆଜି ସମସ୍ତ ରାୟଗଡ଼ା ସହର ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା । 

ଇଟିଭି ଭାରତ, ରାୟଗଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.