ETV Bharat / state

ହରିବାବୁ କମ୍ଭମପତି ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ - HARIBABU KAMBHAMPATI

ହରିବାବୁ କମ୍ଭମପତି ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ଇସ୍ତଫା ଦେଲେ ରଘୁବର ଦାସ । ଆଉ 4ଟି ରାଜ୍ୟରେ ମଧ୍ୟ ନୂଆ ରାଜ୍ୟପାଳ ନିଯୁକ୍ତ ।

Haribabu kambhampati
Haribabu kambhampati (Mizoram Gov.in)
author img

By ETV Bharat Odisha Team

Published : Dec 24, 2024, 9:35 PM IST

Updated : Dec 24, 2024, 9:47 PM IST

ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ । ଡକ୍ଟର ହରିବାବୁ କମ୍ଭାମପତି ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ମିଜୋରାମର ରାଜ୍ୟପାଳ ଅଛନ୍ତି ହରିବାବୁ କମ୍ଭମପତି । ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ । ରଘୁବରଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି । ଓଡ଼ିଶାର ରାଜ୍ୟପାଳ ଭାବେ 18 ଅକ୍ଟୋବର 2023ରେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ରଘୁବର ଦାସ । ଏହାସହ ଆଉ 4ଟି ରାଜ୍ୟରେ ମଧ୍ୟ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ।

୫ ରାଜ୍ୟପାଳ ନିଯୁକ୍ତ:

ଦେଶରେ ୫ ରାଜ୍ୟର ଜଣ ରାଜ୍ୟପାଳଙ୍କ ଅଦଳବଦଳ ହୋଇଛନ୍ତି । ଓଡି଼ଶା ସମେତ ମିଜୋରାମ,ବିହାର, କେରଳ ଓ ମଣିପୁରର ରାଜ୍ୟପାଳମାନଙ୍କୁ ନିଯୁକ୍ତି ଦିଆଯାଇଛି । ଓଡିଶାର ନୂଆ ରାଜ୍ୟପାଳ ହୋଇଛନ୍ତି ଡାକ୍ତର ହରିବାବୁ କାମ୍ଭମପତି । ଗତବର୍ଷ ଅକ୍ଟୋବର ମାସରେ ଓଡିଶାର ରାଜ୍ୟପାଳ ହୋଇଥିବା ରଘୁବର ଦାସ ନିକଟରେ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି । ଫଳରେ ରାଷ୍ଟ୍ରପତି ଓଡିଶା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି । ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ଡାକ୍ତର ହରିବାବୁ କାମ୍ଭମପତି । ମିଜୋରାମର ରାଜ୍ୟପାଳ ଥିଲେ ଡାକ୍ତର ହରିବାବୁ କାମ୍ଭମପତିଙ୍କୁ ଓଡିଶାର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ୨୦୨୧ ଜୁଲାଇ ୧୯ ତାରିଖରୁ ସେ ମିଜୋରାମର ରାଜ୍ୟପାଳ ଅଛନ୍ତି । ଏନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜେନରାଲ ବିଜୟ କୁମାର ସିଂଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ବିହାରର ରାଜ୍ୟପାଳ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲଏକରଙ୍କୁ କେରଳ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । କେରଳର ରାଜ୍ୟପାଳ ଥିବା ଆରିଫ ମହମ୍ମଦ ଖାଁ ବିହାରର ରାଜ୍ୟପାଳ ହୋଇଛନ୍ତି । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କୁ ବିଶ୍ୱାସକୁ ନେଇଛନ୍ତି ମୋଦୀ ସରକାର । ମଣିପୁରର ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । କ୍ୟାବିନେଟ ସେକ୍ରେଟାରୀ ଭାବେ ସେ ନିକଟରେ ଅବସର ନେଇଛନ୍ତି । ଦେଶର କୋଭିଡ ମୁକାବିଲାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।

କେ ହରିବାବୁଙ୍କ କ୍ୟାରିୟର:

ଡାକ୍ତର ହରିବାବୁ କମ୍ଭମପତିଙ୍କ ରାଜନୈତିକ କ୍ୟାରିଅର ବେଶ ଲମ୍ବା । ଛାତ୍ର ରାଜନୀତିରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ଛାତ୍ର ଜୀବନରେ ସେ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନରେ ସାମିଲ ହୋଇ ଗିରଫ ହୋଇଥିଲେ । ସେଥିପାଇଁ ତାଙ୍କୁ ୬ ମାସ ଜେଲରେ ରହିବାକୁ ପଡିଥିଲା । ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିିତ ହୋଇଥିଲେ । ସେହିପରି ସେ ଆନ୍ଧ୍ରପ୍ରଦେଶର ରାଜ୍ୟ ବିଜେପି ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

କେ ହରିବାବୁ କିଏ?

ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଟିମାସମୁଦ୍ରମ ଗାଁରେ ୧୯୫୩ ମସିହା ଜୁନ ୧୫ ତାରିଖରେ କମ୍ଭାମପତି ଜନ୍ମଗ୍ରହଣ କରିଥିଲେ । ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ କଣ୍ଟ୍ରୋଲ ସିଷ୍ଟମରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ସେ ଆନ୍ଧ୍ରପ୍ରଦେଶ ୟୁନିର୍ଭସିଟି ଇଞ୍ଜିନିୟରିଂ କଲେଜରେ ୨୪ ବର୍ଷ ଧରି ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ ।

ଏହା ବି ପଢନ୍ତୁ...ASOଙ୍କୁ ମାଡ଼ ଘଟଣା: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ନ୍ୟାୟ ପ୍ରତିଶ୍ରୁତି ଦେଲେ ରାଜ୍ୟପାଳ - ASO Assault Case

ଏହା ବି ପଢନ୍ତୁ...ବୋହୂ ପାଇଁ ରାଜନୀତି କରୁଛନ୍ତି ରାଜ୍ୟପାଳ ! ନିର୍ବାଚନ ଆୟୋଗଙ୍କୁ କଂଗ୍ରେସର ଅଭିଯୋଗ

ରଘୁବରଙ୍କ ଇସ୍ତଫା:

ଓଡି଼ଶାର ରାଜ୍ୟପାଳ ଥିବା ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରଘୁବର ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ପଠାଇଥିଲେ । ଯାହାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ୨୦୨୩ ଅକ୍ଟୋବର ୧୮ ତାରିଖରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ । ସେ ଅକ୍ଟୋବର ୩୧ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ଗତ କିଛି ଦିନ ଧରି ରଘୁବରଙ୍କ ପୁଅ ASO ଙ୍କୁ ମାଡ଼ ମାରିବା ଘଟଣା ନେଇ ବିବାଦ ଘେରକୁ ଆସିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 24, 2024, 9:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.