thumbnail

ପ୍ରେମ ପାଇଁ ସୀମା ପାର ଅଞ୍ଜୁଙ୍କ ଭିଡିଓ ମେସେଜ, କହିଲେ 2 ଦିନରେ ଫେରିବି

By

Published : Jul 24, 2023, 2:37 PM IST

ନୂଆଦିଲ୍ଲୀ: ପ୍ରେମ ପାଇଁ ସୀମା ପାର ହୋଇ ପାକିସ୍ତାନ ଚାଲି ଯାଇଛନ୍ତି ରାଜସ୍ଥାନର ଅଞ୍ଜୁ । ସୋସିଆଲ ମିଡିଆ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନର ଲାହୋର ଚାଲିଯାଇଥିବା ରାଜସ୍ଥାନର ଅଲୱାର ଅଞ୍ଜୁ ଏକ ଭିଡିଓ ମେସେଜ ଜାରି କରିଛନ୍ତି । ଭିଡିଓ ମେସେଜ ଜାରି କରି ଅଞ୍ଜୁ କହିଛନ୍ତି, "ମୁଁ ଏଠାକୁ ଆଇନଗତ ପ୍ରକ୍ରିୟାରେ ଆସିଛି । ମୁଁ ଏଠାରେ ସୁରକ୍ଷିତ ରହିଛି କିଛି ଅସୁବିଧା ନାହିଁ । ମୁଁ ଯେଉଁଭଳି ଆସିଥିଲି ସେହିପରି ଭାରତ ଫେରିବା ପ୍ରକ୍ରିୟା ରହିଛି । 2ରୁ 3 ଦିନ ଭିତରେ ଭାରତ ଫେରିବି । ମୋର ପରିବାର ଓ ସମ୍ପର୍କୀୟଙ୍କୁ ହଇରାଣ କରନ୍ତୁ ନାହିଁ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି । ମୋ ସହ ଯୋଗାଯୋଗ କରନ୍ତୁ ।"

ରାଜସ୍ଥାନର ଅଞ୍ଜୁ ଏକ ଘରୋଇ କମ୍ପାନୀରେ ଡାଡା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରନ୍ତି । ଦୁଇ ଦିନ ତଳେ ସେ ସ୍ବାମୀଙ୍କୁ ଜୟପୁର ବୁଲି ଯିବାକୁ କହି ପାକିସ୍ତାନର ଲାହୋର ଚାଲି ଯାଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ପାକିସ୍ତାନର ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଲାହୋରର ନସରୁଲ୍ଲା ଖାନ ନାମକ ଜଣେ ଯୁବକଙ୍କୁ ଭେଟିବାକୁ ଅଞ୍ଜୁ ପାକିସ୍ତାନ ଯାଇଛନ୍ତି ।

ଏହା ବି ପଢନ୍ତୁ...Social Media friendship: ପ୍ରେମ ପାଇଁ ପାର୍‌ କଲେ ସୀମା, ସ୍ବାମୀଙ୍କୁ ବୁଲି ଯାଉଛି କହି ପାକିସ୍ତାନରେ ସ୍ତ୍ରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.