thumbnail

By

Published : Jun 5, 2023, 7:27 AM IST

ETV Bharat / Videos

Train Tragedy: ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ରାଜଶ୍ରୀ, ଶୁଣନ୍ତୁ ପୁରା ଘଟଣା ସମ୍ପର୍କରେ

ବାଲେଶ୍ବର: ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ଜଣେ ମହିଳା । ପ୍ରଥମେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଘରେ ରଖି ସେମାନଙ୍କୁ ସେବା ଯୋଗାଇ ହସ୍ପିଟାଲକୁ ପଠାଇଥିଲେ ରେଳ ଷ୍ଟେସନ ଲେବଲ କ୍ରସିଂ ନିକଟରେ ରାଜଶ୍ରୀ ବେହେରା । ତାଙ୍କର ଏପରି କାର୍ଯ୍ୟକୁ ଏବେ ସବୁଠି ପ୍ରଶଂସା କରାଯାଉଛି । ଟ୍ରେନ୍‌ ଶବ୍ଦ ଶୁଣିବା ପରେ ଘରୁ ବାହରକୁ ଆସି ଦୁର୍ଘଟଣା ଘଟିଥିବା ଦେଖିବାକୁ ପାଇଥିଲେ ରାଜଶ୍ରୀ । ଏହାପରେ ସେ ଓ ତାଙ୍କ ପରିବାର ଲୋକେ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ । 7ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର ପରେ ସେମାନଙ୍କୁ ଘରେ ଆଶ୍ରୟ ମଧ୍ୟ ଦେଇଥିଲେ ।  ସେପଟେ ଜଣେ ଏନଡିଆରଏଫ କର୍ମଚାରୀ ମହିଳାଙ୍କ ସେଵାକୁ ଖୁବ୍‌ ପ୍ରଶଂସା କରିଛନ୍ତି । ସେଦିନ ରାତିଠାରୁ ଆଜି ପର୍ଯ୍ୟନ୍ତ ଆମକୁ ପାଣି ,ଚା' ସବୁ ଯୋଗାଇଛନ୍ତି  ମହିଳା ଜଣଙ୍କ । ଏଭଳି ଦୁଃଖଦ ଘଡିରେ ତାଙ୍କର ସେବା ଅତ୍ୟନ୍ତ ଉଚ୍ଚ କୋଟିର ବୋଲି କହିଛନ୍ତି ଏନଡିଆରଏଫ କର୍ମଚାରୀ । ସେଦିନ ସେ କାଳ ରାତିର ଛାତିଥରା କାହଣୀ ଶୁଣନ୍ତୁ ପ୍ରତ୍ୟକ୍ଷଦର୍ଶୀ ରାଜଶ୍ରୀଙ୍କ ମୁହଁରୁ । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.