thumbnail

By

Published : Jun 14, 2023, 7:45 PM IST

ETV Bharat / Videos

ବ୍ରହ୍ମପୁରରେ ପହିଲି ରଜ ପାଳିଲେ ଦୃଷ୍ଟିବାଧିତ ବିଦ୍ୟାର୍ଥୀ, ସ୍ୱତନ୍ତ୍ର ଉତ୍ସବରେ ଦୋଳି ଝୁଲିଲେ

ବ୍ରହ୍ମପୁର: ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କୁ ନେଇ ବ୍ରହ୍ମପୁରରେ ଆୟୋଜିତ ହୋଇଛି  ପହିଲି ରଜର ସ୍ବତନ୍ତ୍ର ଉତ୍ସବ । ରଜ ଉପଲକ୍ଷେ ରାଜ୍ୟର ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଖୁସିର ମାହୋଲ । ଛୋଟ ଝିଅଙ୍କଠାରୁ ଆରମ୍ଭ କରି ମହିଳା ଏବଂ ବୟସ୍କା ସମସ୍ତେ ପାଦରେ ଅଳତା ଲଗାଇ ନୂତନ ବସ୍ତ୍ର ପରିଧାନ କରି ଦୋଳି ଖେଳିବାଠାରୁ ଆରମ୍ଭ କରି ପିଠାମିଠା ଖାଇ ସମସ୍ତେ ଖୁସିର ସହକାରେ ଏହାକୁ ଆୟୋଜନ କରୁଥିବା ଦେଖିବାକୁ ମିଳିଛି । ତେବେ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ବ୍ରହ୍ମପୁର ସହରର ଦୃଷ୍ଟିବାଧିତ ବାଳିକାମାନଙ୍କୁ ନେଇ ଆୟୋଜିତ ହୋଇଛି ସ୍ବତନ୍ତ୍ର ରଜ ଉତ୍ସବ କାର୍ଯ୍ୟକ୍ରମ । 

ଏହି ଅବସରରେ ସହରର ବିଜୁ ପଟ୍ଟନାୟକ ପାର୍କ ପରିସରରେ ଓଡ଼ିଶା ସର୍ଭିସ ସେଣ୍ଟର ଫର୍‌ ବ୍ଳାଇଣ୍ଡ୍‌ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଛି ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଦୃଷ୍ଟିବାଧିତ ଝିଅମାନେ ଅନ୍ୟମାନଙ୍କ ଭଳି ମଧ୍ୟ ନିଜକୁ ରଜ ପର୍ବରେ ସାମିଲ କରିଛନ୍ତି । ଦୋଳି କଣ କେବେ ନିଜ ଆଖିରେ ଦେଖିନଥିଲେ ମଧ୍ୟ ସେମାନେ ଏହାକୁ ଖେଳିବା ସହ ସାମୁହିକ ରଜ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଛନ୍ତି । ଏହା ସହିତ ପୁଚି ଖେଳ ଓ ଠିଆ ପୁଚି ଖେଳିର ମଧ୍ୟ ମଜ୍ଜା ନେଇଛନ୍ତି । ଯାହାକୁ ନେଇ ବେଶ ଚିତ୍ତାକର୍ଷକ ହୋଇଛି ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ, ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।  


ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.