thumbnail

By

Published : Aug 3, 2022, 3:09 PM IST

Updated : Feb 3, 2023, 8:25 PM IST

ETV Bharat / Videos

ପ୍ରବଳ ବର୍ଷାରେ ବୁଡ଼ିଲା ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ବେହାଲ ହୋଇଛି ପୁରୀ ଶ୍ରୀମନ୍ଦିର । ସାଢେ ଚାରି କୋଟି ଓଡିଆଙ୍କ ଆରଧ୍ୟ ଦେବତା ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଶ୍ରୀମନ୍ଦିର ସିଂହଦ୍ବାର ବର୍ଷା ପାଣିରେ ଉବୁଟୁବୁ ହେଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ଭିତର ବେଢା ଜଳାର୍ଣ୍ଣବ । ଭିଡିଓ ଦେଖିଲେ ଲାଗୁଛି ସତେ ଯେମିତି ପୁରୀ ଶ୍ରୀମନ୍ଦିରରେ ବାଦଲଫଟା ବର୍ଷା ହୋଇଛି । ଏଥିଯୋଗୁଁ ବର୍ଷା ପାଣିର ଲହଡା ଦେଖିବାକୁ ମିଳିଛି ଶ୍ରୀମନ୍ଦିର ବେଢା ଭିତରେ । ମନ୍ଦିର ବେଢା ଭିତରୁ ବାଇଶି ପାହାଚ ଦେଇ ନିଷ୍କାସନ ହେଉଥିବା ବର୍ଷା ପାଣିକୁ ଦେଖିଲେ ଲାଗୁଛି କୌଣସି ଏକ ଝରଣା ମନ୍ଦିର ବେଢା ଭିତରୁ ବାହାରିଛି । ଶ୍ରୀମନ୍ଦିରର ଭିତରୁ ବାଇଶି ପାହାଚ ଦେଇ ବର୍ଷା ପାଣିର ସୁଅ ଶ୍ରୀମନ୍ଦିର ସିଂହ ଦ୍ଵାରକୁ ମାଡି ଆସୁଛି । ଏହି ବର୍ଷା ଜଳ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ଜମା ହେବାରୁ ପ୍ରବେଶ ପଥ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ଯାଇଛି । ଫଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିଯୋଗୁଁ ଉଭୟ ଶ୍ରଦ୍ଧାଳୁ ଓ ସେବାୟତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ପ୍ରବେଶ ପଥ ତଥା ଗୁମୁଟରେ ଦେଢ ଫୁଟ ଯାଏଁ ପାଣି ଜମିବା ଯୋଗୁଁ ପ୍ରାୟ ଦେଢ ଘଣ୍ଟା ଧରି ମନ୍ଦିର ଭିତରକୁ ଯିବା ଆସିବା କରିବାରେ ଅସୁବିଧା ଦେଖା ଦେଇଥିଲା । ଶେଷରେ ବର୍ଷା କମିବା ପରେ ଶ୍ରୀମନ୍ଦିର ଭିତରକୁ ଯାତାୟତ ସ୍ବଭାବିକ ହୋଇଥଲା । ଏଠାରେ ପ୍ରଶ୍ନ ଉଠୁଛି ମନ୍ଦିର ବେଢା ଭିତରୁ ଜଳ ନିଷ୍କାସନ କଣ ଶ୍ରୀମନ୍ଦିର ବାଇଶି ପାହାଚ ଦେଇ ହୋଇଥାଏ । ଭକ୍ତ ଓ ସେବାୟତଙ୍କ ଏହି ଅସୁବିଧା ପାଇଁ କିଏ ଦାୟୀ ନା ଏହାକୁ ଏକ ସାଧାରଣ କଥା କହି ମନ୍ଦିର ପ୍ରଶାସନ ନିଜ ଦୋଷ ଦୁର୍ବଳତା ଲୁଚେଇବ। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷା ପାଣି ନିଷ୍କାସନ ପାଇଁ କଣ କିଛି ବ୍ୟବସ୍ଥା ହୋଇନାହିଁ । ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବ କି ପ୍ରଶାସନ ?
Last Updated : Feb 3, 2023, 8:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.